ଘୋଡ଼ା ମୁଣ୍ଡ ପରି ମାଛ ଜନ୍ମକଲା ଶହଶହ ଛୁଆ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ଘୋଡ଼ା ମୁଣ୍ଡ ପରି ମାଛ ଜନ୍ମକଲା ଶହଶହ ଛୁଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପୃଥିବୀରେ ବିଭିନ୍ନ ପ୍ରକାରର ଜୀବ ବସବାସ କରୁଛନ୍ତି। କିନ୍ତୁ କିଛି ଜୀବକୁ ଆମେ ଆଜି ପର୍ଯ୍ୟନ୍ତ ବି ଦେଖିପାରିନେ। ସେହିଭଳି ଏକ ବିରଳ ଜୀବ ହେଉଛି ସାମୁଦ୍ରିକ ଘୋଡ଼ା (ଘୋଡ଼ା ମୁଣ୍ଡ ପରି ମାଛ)।  ଏହା ଏକ ପ୍ରକାରର ମାଛ ଯାହାକି ସମୁଦ୍ରରେ ରହିଥାଏ। ଏହା ସାଧାରଣତଃ ଛିଡ଼ାହୋଇ ରହୁଥିବାର ଦେଖାଯାଏ।

ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କି ଏକ ପୁରୁଷ ସାମୁଦ୍ରିକ ଘୋଡ଼ା ବା ମାଛ ଶହ ଶହ ସଂଖ୍ୟାରେ ଛୁଆ ଜନ୍ମ କରୁଛି। ଏହି ମାଛଟି କଙ୍ଗାରୁ ଭଳି ନିଜ ଛୁଆ ଗୁଡ଼ିକୁ ପେଟ ତଳେ ଥିବା ଥଳିରେ ରଖିଛି ଓ ସେହିଠାରୁ ଗୋଟିଏ ଥରରେ ଶହ ଶହ ଛୁଆ ଜନ୍ମ କରୁଛି। ଏହି ମାଛଟି ଏକ ଆକ୍ୱାରିୟମ ଭିତରେ ଥିବା ଦେଖାଯାଉଛି। ଆପଣ ଆମ କଥାକୁ ବିଶ୍ୱାସ ନ କରିପାରନ୍ତି। ହେଲେ ଭିଡିଓ ଦେଖିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହେବେ।

ନେଚର ଇଜ ଲିଟ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟି ପୋଷ୍ଟ କରାଯାଇଛି। ଆକାଉଣ୍ଟଧାରୀ ଏହାର କ୍ୟାପସନରେ ଭଡିଓଟି ପାଇଁ ଏକ ଶବ୍ଦ ଲେଖିବାକୁ ଅନୁରୋଧ କରିଛନ୍ତି। ତେବେ ଭିଡିଓଟି ଶେୟାର ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଛି। ଭିଡିଓଟିକୁ ଏ ପର୍ଯ୍ୟନ୍ତ ପାଖାପାଖି ୭୦ ହଜାର ଲୋକ ଦେଖିସାରିଲେଣି।

The post ଘୋଡ଼ା ମୁଣ୍ଡ ପରି ମାଛ ଜନ୍ମକଲା ଶହଶହ ଛୁଆ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/2CXwWpU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages