କରୋନା ଟିକାର ପରୀକ୍ଷଣ ପାଇଁ ଜୀବନକୁ ବାଜି ଲଗାଇ ଦେଲେ ଦୀପକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

କରୋନା ଟିକାର ପରୀକ୍ଷଣ ପାଇଁ ଜୀବନକୁ ବାଜି ଲଗାଇ ଦେଲେ ଦୀପକ

ଲଣ୍ଡନ: ବ୍ରିଟେନର ଏକ ଫର୍ମା କମ୍ପାନୀରେ କାମ କରୁଥିବା ୪୨ ବର୍ଷୀୟ ଦୀପକ ପାଲିୱାଲ ଏବେ କରୋନା ଟିକାର ପରୀକ୍ଷଣ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୋଭିଡ-୧୯କୁ ମାତ୍‌ ଦେବା ପାଇଁ ଆରମ୍ଭ କରାଯାଇଥିବା ଟିକାର ହ୍ୟୁମାନ ଟ୍ରାଏଲରେ ନିଜକୁ ସ୍ୱେଚ୍ଛାସେବୀ ଭାବେ ସାମିଲ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଟିକା ନେଉଥିବା ଲୋକଙ୍କ ଜୀବନ ପ୍ରତି ଅନେକ ପ୍ରକାରର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ତଥାପି ଦୀପକ ଏହାକୁ ଖାତିର ନ କରି ନିଜକୁ ଟ୍ରାଏଲରେ ସାମିଲ କରିଛନ୍ତି।

ଦୀପକଙ୍କ ଏଭଳି ନିଷ୍ପତ୍ତିକୁ ପରିବାର ଲୋକ ସମର୍ଥନ କରି ନଥିଲେ। ସେ କହିଛନ୍ତି, ମୋ ପତ୍ନୀଙ୍କ ସମେତ ପରିବାର ଓ ବନ୍ଧୁମାନେ ମୋତେ ଏପରି ନ କରିବାକୁ କହିଥିଲେ। କିନ୍ତୁ ମୁଁ ବିଶ୍ୱକୁ ମହାମାରୀ କବଳରୁ ରକ୍ଷା କରିବା ପାଇଁ ଚାଲିଥିବା ପ୍ରକ୍ରିୟାରେ ସାମିଲ ହେବାକୁ ଏକ ପ୍ରକାରର ପ୍ରତିଜ୍ଞା ନେଇ ସାରିଥିଲି। ବିଶ୍ୱର ସୁରକ୍ଷା ଆଗରେ ମୋ ଜୀବନର ମୂଲ୍ୟ କିଛି ନୁହେଁ। ତେଣୁ ମୁଁ ଟ୍ରାଏଲରେ ସାମିଲ ହୋଇଥିଲି ବୋଲି ସେ କହିଛନ୍ତି।

ଏପ୍ରିଲ ୧୬ ତାରିଖରେ ପ୍ରଥମଥର ChAdOx1 nCoV-19 ଟିକା ୧୦୦୦ ଜଣ ସ୍ୱେଚ୍ଛାସେବୀ ଉପରେ ପ୍ରୟୋଗ କରାଯାଇଥିଲା। ଏବେ ଜୟପୁରର ମୂଳ ବାସିନ୍ଦା ଦୀପକ କହିଛନ୍ତି, ମୁଁ ଏଥିରେ ସାମିଲ ହୋଇଥିବାରୁ ବେଶ ଖୁସି। ସେହିପରି ମୋ ପତ୍ନୀ ମଧ୍ୟ ମୋତେ ନେଇ ଗର୍ବିତ।

ପ୍ରଥମରୁ ମୋତେ ସାମାନ୍ୟ ଡର ଲାଗୁଥିଲା। କାରଣ ଏହା ପୂର୍ବରୁ ଉକ୍ତ ଟିକାକୁ କେବଳ ପଶୁମାନଙ୍କ ଉପରେ ଟେଷ୍ଟ କରାଯାଇଥିଲା। ଲୋକମାନେ ମୋତେ ଅନେକ ପ୍ରକାରର ଚେତାବନୀ ଦେଇଥିଲେ। ଏପରି କି କିଛି ଲୋକ ଏହାର ପ୍ରଭାବ ମୋ ପୁରୁଷତ୍ୱ ଉପରେ ପଡ଼ିପାରେ ବୋଲି କହିଥିଲେ। ଖାଲି ସେତିକି ନୁହେଁ, ମୋ ଶରୀରରେ ଗୋଟିଏ ଯନ୍ତ୍ର ଲଗାଯିବ ଓ ମୋ ଗତିବିଧି ଉପରେ ନଜର ରଖାଯିବ ବୋଲି ବି କିଛି ଲୋକ କହିଥିଲେ।

ମେ’୧୧ ତାରିଖରେ ମୋତେ ଟିକା ଦିଆଯାଇଥିଲା ଓ ଏହାର ୩ ଘଣ୍ଟା ପରେ ମୁଁ ଘରକୁ ଫେରି ଆସିଥିଲି। ଟିକା ନେବା ପରେ ମୁଁ କ୍ରମାଗତ ଗାଇଡଲାଇନ ଅନୁଯାୟୀ ରିସର୍ଚ୍ଚ ସେଣ୍ଟରକୁ ଯାଉଛି। ଏବେ ସୁଦ୍ଧା ମୋର କୌଣସି ବି କ୍ଷତି ହୋଇନାହିଁ ବୋଲି ସେ କହିଛନ୍ତି।

The post କରୋନା ଟିକାର ପରୀକ୍ଷଣ ପାଇଁ ଜୀବନକୁ ବାଜି ଲଗାଇ ଦେଲେ ଦୀପକ appeared first on Odisha Reporter.



from Odisha Reporter https://ift.tt/3eRA83G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages