କେମିତି ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ, ରିପୋର୍ଟ ଦାଖଲ କରିବାକୁ ପୁଲିସ୍ ପ୍ରସ୍ତୁତ, ହେଲେ ଅପେକ୍ଷା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 14, 2020

କେମିତି ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ, ରିପୋର୍ଟ ଦାଖଲ କରିବାକୁ ପୁଲିସ୍ ପ୍ରସ୍ତୁତ, ହେଲେ ଅପେକ୍ଷା…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରି ଯାଇଛି। ଆଉ ୟା ଭିତରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିଲେ ହେଁ ତାଙ୍କ ଫ୍ୟାନ୍ ଓ କିଛି ଲୋକ ତାଙ୍କ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା କହି ଆସୁଛନ୍ତି। ଅନ୍ୟପକ୍ଷରେ ପୁଲିସ୍‌ର ତଦନ୍ତ ପାଖାପାଖି ଶେଷ ହୋଇଯାଇଛି। ଶବ ବ୍ୟବଚ୍ଛେଦର ସଂପୂର୍ଣ୍ଣ ରିପୋର୍ଟ ପୁଲିସ୍ ପାଇ ସାରିଛି। ସେହିପରି ବ୍ୟବଚ୍ଛେଦ କରିଥିବା ୫ ଜଣ ଡାକ୍ତରଙ୍କ ମତାମତ ବି ପୁଲିସ୍ ନେଇ ସାରିଛି। ଘଟଣାସ୍ଥଳର ସମସ୍ତ ତଥ୍ୟକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହିତ ପ୍ରାୟ ୩୦ ଲୋକଙ୍କ ବୟାନ ନେଇଛି। ସେମାନଙ୍କ ମଧ୍ୟରେ ସୁଶାନ୍ତଙ୍କ ଜଣେ ଭଉଣୀ ମଧ୍ୟ ଅଛନ୍ତି, ଯିଏ ମୁମ୍ବାଇରେ ରହନ୍ତି। ଏବେ କେବଳ ପୁଲିସ୍ ଅପେକ୍ଷା କରିଛି ଭିସେରା ରିପୋର୍ଟକୁ, ଯାହା ଏହି ସପ୍ତାହରେ ବା ଆସନ୍ତା ସପ୍ତାହରେ ଆସିଯିବ ବୋଲି ଜଣାପଡ଼ିଛି। ଆଉ ଏହା ପରେ ପୁଲିସ୍ ସୁଶାନ୍ତଙ୍କ ମୃତ୍ୟୁ ଫାଇନାଲ୍ ରିପୋର୍ଟ ପ୍ରସ୍ତୁତ କରିବ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ପୁଲିସ୍‌ର ତଦନ୍ତ କହୁଛି, ଏହା ଏକ ଆତ୍ମହତ୍ୟା। ସବୁ ପ୍ରମାଣ ଆଧାରରେ ପୁଲିସ୍ ଜାଣିବାକୁ ପାଇଛି ଯେ ଏହା ଏକ ଆତ୍ମହତ୍ୟା ଓ ଏହା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ।

ରିପୋର୍ଟ ଅନୁସାରେ, ଯେଉଁ ରୁମ୍‌ରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେହି ରୁମ୍‌ର କବାଟ ଭିତରୁ ବନ୍ଦ ଥିଲା। ଏହାର ସାକ୍ଷୀ ହେଉଛନ୍ତି, ସୁଶାନ୍ତଙ୍କ ଭଉଣୀ, ସାଙ୍ଗ ଓ ତିନି ଘରୋଇ ସହାୟକଙ୍କ ବ୍ୟତୀତ ଜଣେ ଡୁପ୍ଲିକେଟ୍ ଚାବି ତିଆରି କରୁଥିବା ମେକାନିକ୍।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଭଉଣୀ ଘରେ ପହଞ୍ଚିବା ପରେ କବାଟ ଖୋଲିବା ପାଇଁ ବହୁତ ଚେଷ୍ଟା କରିଥିଲେ। ଶେଷରେ ଡୁପ୍ଲିକେଟ୍‌ ଚାବି ତିଆରି କରୁଥିବା ମେକାନିକଙ୍କୁ ଡକା ଯାଇଥିଲା। ତାଙ୍କ ଉପସ୍ଥିତିରେ ଉକ୍ତ ମେକାନିକ୍ ସୁଶାନ୍ତଙ୍କ ରୁମ୍‌ର ଲକ୍ ଫିଟାଇଥିଲେ।

ପୁଲିସ୍ ବି ତଦନ୍ତ କରି ଜାଣିବାକୁ ପାଇଛି ଯେ ସୁଶାନ୍ତଙ୍କ ରୁମ୍‌ର କବାଟରେ ଲାଗି ଥିବା ତାଲା ଭଙ୍ଗା ଯାଇ ନଥିଲା କି ଏଥିରେ ଅନ୍ୟ କିଛି ଉପାୟ ଆପଣା ଯାଇ ନଥିଲା। ସେହିଭଳି କବାଟ ମଧ୍ୟ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୋଇ ନଥିଲା। କବାଟକୁ ଭିତର ପଟୁ ଲକ୍ କରାଯାଇଥିଲା। ଭିତରେ ସୁଶାନ୍ତଙ୍କ ସହିତ ଆଉ କେହି ଥିଲେ, ସେ ନେଇ ବି କିଛି ପ୍ରମାଣ ମିଳିନାହିଁ। ସବୁ ପ୍ରମାଣ କହୁଛି, ସେ ରୁମ୍ ଭିତରେ ଏକା ଥିଲେ।

ଯେଉଁ ରୁମ୍‌ରେ ସୁଶାନ୍ତଙ୍କ ମୃତ୍ୟ ହୋଇଛି, ତାହାର ସିଲିଙ୍ଗ୍ ଫ୍ୟାନ ଓ ବେଡ୍‌ର ଉଚ୍ଚତା ମଧ୍ୟ ପୁଲିସ୍‌ ମାପି ସାରିଛି। ସୁଶାନ୍ତ ଯେଉଁ ସ୍ଥିତିରେ ଫ୍ୟାନ୍‌ରୁ ଝୁଲି ରହିଥିଲେ, ପୁଲିସ୍ ତାକୁ ବି ତର୍ଜମା କରିଛି। ଆଉ ଏଥିରୁ ପ୍ରମାଣିତ ହୋଇଛି ଯେ ସେ ଫ୍ୟାନ୍‌ରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ବେଡ୍ ଓ ଫ୍ୟାନ୍‌ ମଧ୍ୟରେ ଥିବା ଉଚ୍ଚତା ସୁଶାନ୍ତଙ୍କ ଉଚ୍ଚତା ଠାରୁ ଗୋଟିଏ ଇଞ୍ଚ ଅଧିକ ଥିଲା। ସେ ବେକରେ ରଶି ଲଗାଇବା ପରେ ବେଡର ଗୋଟିଏ ପଟକୁ ଝୁଲି ପଡ଼ିଥିଲେ।

ସୁଶାନ୍ତଙ୍କ ଶରୀରରେ ଗୋଟିଏ ହେଲେ ବି ଖଣ୍ଡିଆ ଦାଗ ନାହିଁ। ଯଦି ରୁମ୍‌ରେ ସୁଶାନ୍ତଙ୍କ ସହିତ କାହାର ମାରପିଟ ହୋଇଥା’ନ୍ତା, ତା’ହେଲେ ତାଙ୍କ ଶରୀରରେ ଖଣ୍ଡିଆ ଅବା କିଛି ଚିହ୍ନ ନିଶ୍ଚିତ ରହିଥା’ନ୍ତା। ସୁଶାନ୍ତଙ୍କ ଦୁଇ ହାତର ନଖ ମଧ୍ୟ ବେଶ୍ ସଫା ଥିଲା। ମାରପିଟ ଅବା ଟଣାଓଟରା ହୋଇଥିଲେ ନଖରୁ ପ୍ରମାଣ ନିଶ୍ଚିତ ମିଳିଥା’ନ୍ତା ବୋଲି ପୁଲିସ୍ କହିଛି। ସେହିପରି ସେ ପିନ୍ଧିଥିବା ହ୍ୟାପ୍‌ପ୍ୟାଣ୍ଟ୍ ଓ ଟି-ଶର୍ଟରେ ସେମିତି କିଛି ଅସ୍ୱାଭିବକ କଥା ଦେଖିବାକୁ ମିଳି ନଥିଲା।

ସୁଶାନ୍ତଙ୍କ ଝୁଲନ୍ତା ମୃତ୍ୟୁ ଦେହକୁ ପ୍ରଥମେ ୬ ଜଣ ଦେଖିଥିଲେ। ତେଣୁ ସେମାନଙ୍କୁ ସାକ୍ଷୀ ଭାବେ ନିଆଯାଇଛି। ସେମାନଙ୍କ ମଧ୍ୟରେ ସୁଶାନ୍ତଙ୍କ ଭଉଣୀ ବି ଅଛନ୍ତି। ଅନ୍ୟମାନେ ହେଉଛନ୍ତି- ସୁଶାନ୍ତଙ୍କ ଜଣେ ବନ୍ଧୁ, ତିନି ଘରୋଇ ସହାୟକ ଓ ତାଙ୍କ ରୁମ୍‌ର ଲକ୍ ଫିଟାଇଥିବା ମେକାନିକ୍। ପୁଲିସ୍ କହିବା ଅନୁସାରେ, ସେମାନଙ୍କ ବୟାନ ପୂରା ମେଳ ଖାଉଛି।

 

The post କେମିତି ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ, ରିପୋର୍ଟ ଦାଖଲ କରିବାକୁ ପୁଲିସ୍ ପ୍ରସ୍ତୁତ, ହେଲେ ଅପେକ୍ଷା… appeared first on Odisha Reporter.



from Odisha Reporter https://ift.tt/2Oq04IX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages