ଆପଣଙ୍କର ଏହି ସବୁ ସମସ୍ୟା ରହିଛି କି, ଖାଆନ୍ତୁ ଜାମୁକୋଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

ଆପଣଙ୍କର ଏହି ସବୁ ସମସ୍ୟା ରହିଛି କି, ଖାଆନ୍ତୁ ଜାମୁକୋଳି

ନ୍ୟାନ୍ୟ ଫଳ ପରି ଜାମୁକୋଳି ମଧ୍ୟ ଆମ ଶରୀର ପାଇଁ ବେଶ୍ ଉପକାରୀ। ଏହା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ।

ଜାମୁକୋଳିରେ ଥିବା ଆଣ୍ଟି ଆକ୍ସିଡାଣ୍ଟ ଶରୀରରେ ହେଉଥିବା ଜଳାପୋଡ଼ାକୁ ଭଲ କରିଦିଏ। ଏତିକି ନୁହେଁ, ଶରୀରକୁ ସଂକ୍ରମଣରୁ ମଧ୍ୟ ଜାମୁକୋଳି ରକ୍ଷା କରିଥାଏ। ତା’ହେଲେ ଆସନ୍ତୁ ଜାଣିବା ଜାମୁକୋଳି ଖାଇଲେ ଆଉ କ’ଣ ସବୁ ଫାଇଦା ମିଳିଥାଏ।

୧. ଜାମୁକୋଳିରେ ଭିଟାମିନ ସି’ ଓ ଆଇରନ ପ୍ରଚୁର ମାତ୍ରାରେ ରହିଛି, ଯାହା ଡାଇବେଟିସ, କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର ଓ ହାର୍ଟ ରୋଗୀଙ୍କ ପାଇଁ ଭଲ।

୨. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଆପଣଙ୍କ ଶରୀରରେ ଭିଟାମିନ ସି’ ଓ ଆଇରନର ଅଭାବ ରହିଛି, ତେବେ ଜାମୁକୋଳି ଖାଆନ୍ତୁ।

୩. ଏହାକୁ ଖାଇଲେ ରକ୍ତରେ ଥିବା ଖରାପ ବ୍ୟାକ୍ଟେରିଆ ନଷ୍ଟ ହୋଇଯା’ନ୍ତି।

୪. ଡାଇବେଟିସ ରୋଗୀ ଜାମୁକୋଳି ଖାଇଲେ ସୁଗାର ନିୟନ୍ତ୍ରଣରେ ରହିଥାଏ।

୫. ଏଥିରେ ଫାଇବର ଥିବାରୁ ପେଟରେ ଯନ୍ତ୍ରଣା, ଏସିଡିଟି, କୋଷ୍ଠକାଠିନ୍ୟ ଓ ଛାତିରେ ହେଉଥିବା ଜଳାପୋଡ଼ା ଭଲ ହୋଇଥାଏ।

୬. ଜାମୁକୋଳିକୁ ଆପଣ ଖାଲି ଖାଇପାରିବେ ନଚେତ ଜୁସ କିମ୍ବା ସାଲାଡ କରି ଖାଆନ୍ତୁ। ଏହାକୁ ଜୁସ କରି ପିଇଲେ ଶରୀରରେ ପାଣିର ଅଭାବ ଦୂର ହୋଇଥାଏ।

 

The post ଆପଣଙ୍କର ଏହି ସବୁ ସମସ୍ୟା ରହିଛି କି, ଖାଆନ୍ତୁ ଜାମୁକୋଳି appeared first on Odisha Reporter.



from Odisha Reporter https://ift.tt/32fFYJK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages