ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼

ମୁମ୍ୱାଇ: ରାଜସ୍ଥାନରେ ଚାଲିଥିବା ରାଜନୀତିକ ସ୍ଥିତି ଦେଖି ରାତି ଅନିଦ୍ରା ହୋଇଛି ମହାରାଷ୍ଟ୍ର। ରାଜ୍ୟରେ ମହା ବିକାଶ ଅଘାଡ଼ି ( ଶିବସେନା-ଏନସିପି-କଂଗ୍ରେସ) ମେଣ୍ଟ ସରକାର ଥିବାରୁ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ରାଜନୀତିକ ସ୍ଥିତି ଉପୁଜିପାରେ ଆଶଙ୍କା କରିଛନ୍ତି ଏନସିପି ସୁପ୍ରିମୋ ତଥା ଦେଶର ବରିଷ୍ଠ ନେତା ଶରଦ ପାଓ୍ୱାର। ଆଉ ସ୍ଥିତି ବେକାବୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପାଓ୍ୱାର ଭେଟିଥିବା ଚର୍ଚ୍ଚା ହେଉଛି।

ରାଜସ୍ଥାନରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ବାବଦରେ ପାଓ୍ୱାର ଉଦ୍ଧବଙ୍କ ସହିତ ଆଲୋଚନା କରିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିବା ସୂଚନା ରହିଛି। ମହାରାଷ୍ଟ୍ରରେ ଆଇପିଏସ ଅଧିକାରୀଙ୍କ ବଦଳିକୁ ନେଇ ଶିବସେନା ଏବଂ ଏନସିପି ମଧ୍ୟରେ ବୁଝାମଣା ଠିକ୍ ନାହିଁ। ଏହାକୁ ଦୂର କରିବା ପାଇଁ ଉଭୟ ଦଳର ମୁଖ୍ୟ ମିଶି ଏହି ଭେଟଘାଟ ବେଳେ ଆଲୋଚନା କରିଛନ୍ତି।

ମହାରାଷ୍ଟ୍ରରେ ଏନସିପି ପାଖରେ ଗୃହ ମନ୍ତ୍ରାଳୟ ରହିଛି। ତେଣୁ ପୁଲିସ ଅଧିକାରୀଙ୍କ ବଦଳି ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନିଷ୍ପତ୍ତି କ୍ରମେ ହେବ। ତେବେ ପୁଲିସ ଅଧିକାରୀଙ୍କ ବଦଳି ପୂର୍ବରୁ ସମସ୍ତ ତଥ୍ୟ ଜାଣିବାକୁ ଶିବସେନା ଦାବି କରିଛି।

ଅନ୍ୟପଟେ ନିକଟରେ ଶିବସେନାର ମୁଖପାତ୍ର ‘ସାମ୍ନା’ର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ରାଉତ କହିଥିଲେ, ମେଣ୍ଟ ସରକାରରେ ସାମିଲ ଥିବା ସହଯୋଗୀ ଦଳ ମଧ୍ୟରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ସଞ୍ଜୟଙ୍କ ଏଭିଳି କହିବା ପଛର କାରଣକୁ ନେଇ ଅନେକ ଚର୍ଚ୍ଚା ହେଉଛି।

୨୦୧୯ ଅକ୍ଟୋବର ପାଖରୁ ମହାରାଷ୍ଟ୍ର ବିଜେପି ନେତାମାନେ କହୁଛନ୍ତି, କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିପାରେ। ନିକଟରେ କର୍ଣ୍ଣାଟକରେ ମେଣ୍ଟ ସରକାର ଭାଙ୍ଗିବା, ମଧ୍ୟପ୍ରଦେଶରେ ବିଜେପି କମଲନାଥ ସରକାର ଭାଙ୍ଗିବା ଏବେ ରାଜସ୍ଥାନରେ ଗେହଲଟ ସରକାରରେ ଅସ୍ଥିରତା ଆଦି ଘଟଣାକ୍ରମକୁ ନେଇ ଶିବସେନା ଏବେ ଆଲର୍ଟ ହୋଇଥିବା ସୂଚନା ରହିଛି। ତେଣୁ ସହଯୋଗୀ ଦଳ ସହିତ ଆଲୋଚନା କରିବା ଦରକାର ବୋଲି ସଞ୍ଜୟ କହିଥିବା ଚର୍ଚ୍ଚା ହେଉଛି।

The post ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼ appeared first on Odisha Reporter.



from Odisha Reporter https://ift.tt/3gX49ki

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages