ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପହଞ୍ଚିଗଲା ପୁଲିସ୍; ଛତ୍ର ଭଙ୍ଗ ଦେଲେ ଲୋକେ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପହଞ୍ଚିଗଲା ପୁଲିସ୍; ଛତ୍ର ଭଙ୍ଗ ଦେଲେ ଲୋକେ‌

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଥିବା ବେଳେ ଲୋକେ କିନ୍ତୁ ଚେତୁ ନାହାନ୍ତି। କୋଭିଡ୍ ନିୟମ ନ ମାନି ଶତାଧିକ ଲୋକଙ୍କ ସମାଗମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଚାଲିଥିବା ଆୟୋଜନକୁ ପଣ୍ଡ କରିଛି ପୁଲିସ୍‌ । ପୁଲିସ୍‌କୁ ଦେଖି ଛତ୍ର ଭଙ୍ଗ ଦେଲେ ଲୋକେ। ହଣ୍ଡା ହଣ୍ଡା ଖାଦ୍ୟ ପୋତି ଦେଲା ପୁଲିସ୍‌। ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ଏ ସମ୍ପର୍କରେ ଜାଣି ପାରିଲେ ନାହିଁ, ନା ଜାଣିଶୁଣି ଚୁପ୍‌ ରହିଲେ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଏଭଳି ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାକୁଟୁ ଗାଁରେ । ଗାଁରେ ମା’ ବାହୁତୀ ମନ୍ଦିର ପ୍ରତିଷ୍ଠା ପାଇଁ ଶତାଧିକ ଲୋକ ସମାଗମ ହେବା ସହ ହଜାରେରୁ ଅଧିକ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା । ପୁଲିସ୍‌ ଏନେଇ ଖବର ପାଇବା ପରେ ଥାନା ଅଧିକାରୀ ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ଚଢାଉ କରିଥିଲେ । ପୁଲିସ୍‌କୁ ଦେଖି ଉପସ୍ଥିତ ଲୋକେ ଦୌଡ଼ି ପଳାଇଥିଲେ । ଏହାପରେ ପ୍ରଶାସନ ଓ ପୁଲିସ୍‌ ରନ୍ଧା ଖାଦ୍ୟକୁ ଜବତ କରି ପୋତି ଦେଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ।

କରୋନା ପାଇଁ ଏତେ କଟକଣା ଓ ସଚେତନ କରାଯାଉଥିଲେ ବି ଲୋକେ ଏତେ ସଂଖ୍ୟାରେ ଏକାଠି ହେବା ସମସ୍ତଙ୍କ ଜୀବନକୁ ବିପନ୍ନ କରିପାରେ। ଏଣେ  କୋଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ ଏଠାରେ  ସରପଞ୍ଚଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।  ସରପଞ୍ଚ ମନ୍ଦିର ପ୍ରତିଷ୍ଠା ନେଇ କିପରି ଖବର ପାଇନଥିଲେ ନ ଜାଣିଶୁଣି ହାତ ଟେକିଦେଇଥିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ l

The post ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପହଞ୍ଚିଗଲା ପୁଲିସ୍; ଛତ୍ର ଭଙ୍ଗ ଦେଲେ ଲୋକେ‌ appeared first on Odisha Reporter.



from Odisha Reporter https://ift.tt/391cXms

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages