ଜୟପୁର: ରାଜସ୍ଥାନ ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ (ଏସଓଜି) ଶୁକ୍ରବାର ବିଜେପି ନେତା ସଞ୍ଜୟ ଜୈନଙ୍କୁ ଗିରଫ କରିଛି। ଗୁରୁବାର ଶୁକ୍ରବାର ଘୋଡ଼ା ବେପାରର ଅଡିଓ କ୍ଲିପ ବାବଦରେ ପଚରା ଉଚାର କରିଥିଲା। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ଅଡିଓରେ ସଞ୍ଜୟଙ୍କ ଭଏସ ଥିବା ନେଇ କଂଗ୍ରେସ ଦାବି କରିଛି। ଥାନାରେ ଏ ନେଇ ଏତଲା ଦେବା ପରେ ଏସଓଜି ଏହି ମାମଲାର ତଦନ୍ତ କରୁଛି।
ଏସଓଜି ମୁଖ୍ୟ ତଥା ଏଡିଜି ଅଶୋକ ରାଠୋଡ କହିଛନ୍ତି, ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଘୋଡା ବେପାର ଅଡିଓ କ୍ଲିପକୁ ନେଇ ଏଫଆଇଆର ଦାଖଲ ହୋଇଥିଲା। ଏସଓଜି ଏହି ମାମଲାରେ ସଞ୍ଜୟ ଜୈନଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି।
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ନାମ ମଧ୍ୟ ଏହି ମାମଲାରେ ରହିଛି। ହେଲେ କଂଗ୍ରେସ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖାରଜ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଅଡିଓ କ୍ଲିପ ମାମଲାରେ ରାଜସ୍ଥାନ କଂଗ୍ରେସ ମୁଖ୍ୟ ସଚେତକ ମହେଶ ଜୋଶୀ ଏଫଆଇଆର ଦାଖଲ କରିଥିଲେ। ଏହି ମାମଲାରେ କଂଗ୍ରେସ ବିଧାୟକ ଭନଓ୍ୱାରଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଏବଂ ବିଜେପି ନେତା ସଞ୍ଜୟ ଜୈନଙ୍କ ନାମ ଉଲ୍ଲେଖ କରିଛି।
The post ଘୋଡ଼ା ବେପାର ଅଭିଯୋଗ, ବିଜେପି ନେତା ଗିରଫ appeared first on Odisha Reporter.
from Odisha Reporter https://ift.tt/2Wtn4Lt
No comments:
Post a Comment