ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ନିଷେଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 13, 2020

ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ନିଷେଧ

ଆଠଗଡ଼(ନିଳକଣ୍ଠ ଦୋରା): କରୋନା ସଂକ୍ରମଣ ବଢୁଥିବାରୁ ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ । ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଶାସନର ବିନା ଅନୁମତିରେ ଆଠଗଡ଼, ତିଗିରିଆ , ବଡ଼ମ୍ବା ଓ ନରସିଂହପୁର ବ୍ଲକରେ ପ୍ରବେଶ ଅନୁମତି ମିଳିବ ନାହିଁ  । ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡ଼ିବ ।

ଆଠଗଡ଼ ପ୍ରବେଶ ପୂର୍ବରୁ ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ ରହିଛି । ଖୁଣ୍ଟୁଣୀ ଛକ, ଚାନ୍ଦବାଲି ଛକରେ ନାକା କରାଯାଇଛି । ଏହା ଆଠଗଡ଼ ତହସିଲଦାରଙ୍କ ଅଧୀନରେ ରହିଛି । ସେହିପରି ନୂଆ ସଡ଼କ ଛକରେ ଥିବା ନାକା ତିଗିରିଆ ତହସିଲ ଓ ବିଧାରପୁର ଛକରେ ଥିବା ନାକା ବଡ଼ମ୍ବା ତହସିଲ ଅଧୀନରେ ରହିଛି । ସେହିପରି ପଞ୍ଚମୁହିଁ ଛକ ଓ ବାଗଧରିଆ ଛକରେ ମଧ୍ୟ ନାକା କରାଯାଇଛି। ଏହା ନରସିଂହପୁର ତହସିଲ ଅଧୀନରେ ରହିଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡି ପାଇଁ କୈଣସି କଟକଣା ନାହିଁ । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆଠଗଡ଼ ଆସୁଥିବା ଗୁରୁତର ରୋଗୀଙ୍କୁ ନାକା ପଏଣ୍ଟରେ ସ୍କ୍ରିନିଂ କରାଯିବ । ବାହାରୁ ଆସୁଥିବା ଲୋକଙ୍କ ନାମ ଓ ଠିକଣା ରଖାଯିବ।

The post ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ନିଷେଧ appeared first on Odisha Reporter.



from Odisha Reporter https://ift.tt/2ZnWgOS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages