ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ, ସାଗବାରି, କେଶବାଲି ଓ କଲମପୁର ଗାଁକୁ ଆଜିଠୁ ୩ ଦିନ ପାଇଁ ଶଟ୍ଡାଉନ୍ କରାଯାଇଛି।
ଏହି ଉପାନ୍ତ ଅଞ୍ଚଳରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ପରେ ସରପଞ୍ଚ ମୀନା କୁମାରୀ ମାଝି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସଂପୃକ୍ତ କରୋନା ଆକ୍ରାନ୍ତଙ୍କୁ ଭବାନୀପାଟଣା କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତର କରଯାଇଛି। ଏଥିସହ ସ୍ଥାନୀୟ ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଇଛି।
The post କଲମପୁର ପଞ୍ଚାୟତ ୭୨ ଘଣ୍ଟା ଶଟ୍ଡାଉନ୍ appeared first on Odisha Reporter.
from Odisha Reporter https://ift.tt/3gqUiCN
No comments:
Post a Comment