ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସହର ଉପକଣ୍ଠସ୍ଥ ଯୋଗଧାରୀ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବଳରାମ ଖୁଣ୍ଟିଆ। ଆହତ ସିଦ୍ଧେଶ୍ୱର ରାଉତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ବାଲିକୁଦା ଥାନା ଅନ୍ତର୍ଗତ ତେନ୍ତୁଳିବେଲାରୀ ଅଞ୍ଚଳରେ।
ଗତକାଲି ବଳରାମ ଓ ସିଦ୍ଧେଶ୍ୱର ଗୋଟିଏ ବାଇକ୍ରେ ଜଗତସିଂହପୁରରୁ ନିଜ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଯୋଗଧାରୀ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟିକୁ ସାଇଡ୍ ଦେବାକୁ ଯାଇ ରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଇକ୍ଟି ପିଟି ହୋଇଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବଳରାମଙ୍କୁ ମୃତ ଘୋଷଣା କରିଥିଲା। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ବାଇକ୍ ଓ ସ୍କୁଟିକୁ ଜବତ କରିଛି । ତେବେ ସ୍କୁଟି ଚାଳକଙ୍କର କିଛି ନ ହୋଇଥିବା ଜଣାପଡ଼ିଛି।
The post ସ୍କୁଟିକୁ ସାଇଡ୍ ଦେବାକୁ ଯାଇ ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ବାଇକ୍ appeared first on Odisha Reporter.
from Odisha Reporter https://ift.tt/2ANn0ia
No comments:
Post a Comment