ଗ୍ୟାଙ୍ଗଷ୍ଟର ବିକାଶର ପତ୍ନୀ ଦେଲେ ବଡ଼ ବୟାନ, କହିଲେ ଦରକାର ପଡ଼ିଲେ ବନ୍ଧୁକ ଉଠାଇବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ଗ୍ୟାଙ୍ଗଷ୍ଟର ବିକାଶର ପତ୍ନୀ ଦେଲେ ବଡ଼ ବୟାନ, କହିଲେ ଦରକାର ପଡ଼ିଲେ ବନ୍ଧୁକ ଉଠାଇବି

କାନପୁର: ପୁଲିସ୍‌ ଗୁଳିରେ ନିହତ ହୋଇଥିବା ବିକାଶ ଦୁବେର ପତ୍ନୀ ରିଚା ଏବେ ଗଣମାଧ୍ୟମ ଆଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯିଏ ଯେମିତି କରିବ, ତା’କୁ ସେମିତି ଦଣ୍ଡ ମିଳିବ। ଦରକାର ପଡ଼ିଲେ ବନ୍ଧୁକ ମଧ୍ୟ ଉଠାଇବାକୁ ସେ ପଛାଇବି ନାହିଁ ବୋଲି  କହିଛନ୍ତି। ଏଥିସହ ବିକାଶ ଦୁବେର ଏନକାଉଣ୍ଟର ପାଇଁ ସେ ମିଡିଆକୁ ଦାୟୀ କରିଛନ୍ତି।

କାନପୁର ବାରା ଅଞ୍ଚଳରେ ଘଟିଥିବା ଏନକାଉଣ୍ଟରରେ ବିକାଶ ଦୁବେ ନିହତ ହୋଇଥିଲା। ଏହାପରେ ଭୈରବ ଘାଟରେ କିଛି ହାତ ଗଣତି ପରିବାର ଲୋକ ଓ ଗଣମାଧ୍ୟମ ଆଗରେ ବିକାଶର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଦୁବେର ପତ୍ନୀ ରିଚା ଗଣାମାଧ୍ୟମ ଉପରେ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି।

ଗଣମାଧ୍ୟମର ପ୍ରତିନିଧିମାନେ ରିଚାଙ୍କୁ ପଚାରିଥିଲେ ଯେ ବିକାଶ ଦୁବେ କ’ଣ ହତ୍ୟା କରି ନଥିଲା କି? ଏହାର ଜବାବରେ ରିଚା କହିଛନ୍ତି, “ସେ ହତ୍ୟା କରିଛନ୍ତି କି ନାହିଁ, ସେକଥା ପଚାରିବାକୁ ତୁ କିଏ? ଯିଏ ବି ଭୁଲ କରିବ, ତା’କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ। ଏକଥା ମୁଁ ହିଁ କହୁଛି। ଦରକାର ପଡ଼ିଲେ ମୁଁ ବନ୍ଧୁକ ମଧ୍ୟ ଉଠାଇବି। ପ୍ରଥମେ ମାରିବାକୁ ଯୋଜନା କରୁଛ ଓ ତା’ପରେ ଏଠି ଆସି ମୋତେ ପ୍ରଶ୍ନ କରୁଛ। ଦୟା କରି ଏଠାରୁ ଚାଲି ଯାଆନ୍ତୁ।”

ରିଚା ପ୍ରଶ୍ନର ଉତ୍ତର ଦେବା ବେଳେ ଅତ୍ୟନ୍ତ କ୍ରୋଧିତ ଥିଲେ ଓ ଚିତ୍କାର କରି ଜବାବ ଦେଉଥିଲେ। ତେବେ କିଛି ସମୟ ପରେ ତାଙ୍କ ରାଗ କମିଥିଲା ଓ ସେ ପୁଲିସ୍‌ ଏନକାଉଣ୍ଟରକୁ ଠିକ ବୋଲି ମଧ୍ୟ କହିଛନ୍ତି।

The post ଗ୍ୟାଙ୍ଗଷ୍ଟର ବିକାଶର ପତ୍ନୀ ଦେଲେ ବଡ଼ ବୟାନ, କହିଲେ ଦରକାର ପଡ଼ିଲେ ବନ୍ଧୁକ ଉଠାଇବି appeared first on Odisha Reporter.



from Odisha Reporter https://ift.tt/3fjNWVT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages