ଅନୁଗୋଳ (ବିରଜା ପ୍ରସାଦ ଦାଶ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ି ଯାଇଛି। ଏପରି ସ୍ଥିତିରେ ସଂକ୍ରମିତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଆଦି ଜିଲ୍ଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଅନ୍ୟ ହଟ୍ସ୍ପଟ୍ ଜିଲ୍ଲାରୁ କିମ୍ବା ରାଜ୍ୟରୁ ଆସୁଥିଲେ କ୍ୱାରେଣ୍ଟାଇନ୍କୁ ବାଧ୍ୟତାମୂଳକ କରାଯାଇଛି। ଏବେ ଅନୁଗୋଳ ଜିଲ୍ଲା ପ୍ରଶାସନ ମଧ୍ୟ ଏଭଳି ନିୟମକୁ ଆପଣାଇଛି।
ମୁଖ୍ୟତଃ ଗଞ୍ଜାମ ଓ ଯାଜପୁର ପରି ହଟ୍ସ୍ପଟ୍ ଜିଲ୍ଲାବାସୀଙ୍କ ପାଇଁ ଅନୁଗୋଳରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ନିହାତି ଜରୁରୀ କାମରେ ଅନୁଗୋଳ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେମାନେ ୧୪ ଦିନ ପାଇଁ ସରକାରୀ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
The post ୨ ଜିଲ୍ଲାବାସୀଙ୍କୁ ଅନୁଗୋଳ ମନା appeared first on Odisha Reporter.
from Odisha Reporter https://ift.tt/2OcMjNA
No comments:
Post a Comment