ଓ୍ୱାଶିଂଟନ: କରୋନା ପାଇଁ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ତେଜିଛି। ଏହାରି ଭିତରେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ଦକ୍ଷିଣ ଚୀନ ସମୁଦ୍ରରେ ଚୀନର ପତିଆରୁ ବୃଦ୍ଧିକୁ ଆମେରିକା ବେଆଇନ୍ ବୋଲି କହିଛି। ଦକ୍ଷିଣ ଚୀନ ସମୁଦ୍ରରେ ସାମ୍ରାଜ୍ୟ ବିସ୍ତାର କରିବାକୁ ବେଜିଂ ଯେଉଁ ପରିକଳ୍ପନା କରିଛି ତାହା ବେଆଇନ୍ ବୋଲି ଆମେରିକା କହିଛି।
ସୋମବାର ଆମେରିକାର ବୈଦେଶିକ ସଚିବ ତଥା ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି, “ଦକ୍ଷିଣ ଚୀନ୍ ସମୁଦ୍ର ଉପରେ ଚୀନ୍ର ଦାବି ବେଆଇନ। ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା (ପିଆରସି)ର ଏହି କ୍ଷେତ୍ରରେ ସାମ୍ରାଜ୍ୟ ବିସ୍ତାର କରିବାର ଅଧୀକାର ଆଇନଗତ ବାବଦରେ ନାହିଁ। ବିଶ୍ୱ ଦକ୍ଷିଣ ଚୀନ୍ ସାଗରକୁ ଚୀନ୍ର ଜଳ ସାମ୍ରାଜ୍ୟ ହେବାକୁ ଦେବ ନାହିଁ”।
We are strengthening U.S. policy on South China Sea maritime claims, according to international law, in rejection of Beijing’s intimidation, bullying, and claims of maritime empire.
— Secretary Pompeo (@SecPompeo) July 13, 2020
ଏଥି ସହିତ ବେଜିଂକୁ ଚେକ୍ ଦେବା ପାଇଁ, ଚୀନର ସାମୁଦ୍ରିକ ସାମ୍ରାଜ୍ୟର ଦାବିକୁ ପ୍ରତ୍ୟାଖ୍ୟାନ କରିବାକୁ ଯାଇ ଅନ୍ତର୍ଜାତୀୟ ନିୟମ ଆଧାରରେ ଦକ୍ଷିଣ ଚୀନ୍ ସାଗରରେ ଆମେରିକା ଆଇନଗତ ଭାବରେ ବିରୋଧ କରିବ।
ସୂଚନାଯୋଗ୍ୟ, ଦକ୍ଷିଣ ଚୀନ ସମୁଦ୍ରର ଏକ ବଡ଼ ଅଂଶକୁ ବେଜିଂ ନିଜର ବୋଲି ଦାବି କରୁଛି। ମଣିଷ ମାନେ ବସବାସ କରୁଥିବା ଦ୍ୱୀପପୁଞ୍ଜ ଉପରେ ମଧ୍ୟ ବେଜିଂ ସାମରିକ ବେସ ସ୍ଥାପନ କରୁଛି। ଅନ୍ୟପକ୍ଷରେ ତାଇୱାନ, ଫିଲିପାଇନ୍ସ, ବ୍ରୁନେଇ, ମାଲେସିଆ ଏବଂ ଭିଏତନାମ ମଧ୍ୟ ସେମାନଙ୍କର ଦାବି ଉପସ୍ଥାପନ କରୁଛନ୍ତି। ଏହାକୁ ନେଇ ଚୀନ ସହିତ ଏହି ଛୋଟ ଛୋଟ ଦେଶ ମାନଙ୍କ ମଧ୍ୟରେ ତିକ୍ତତା ଦୀର୍ଘ ବର୍ଷ ହେବ ଲାଗି ରହିଛି।
The post “ବିଶ୍ୱ ଦକ୍ଷିଣ ଚୀନ୍ ସାଗରକୁ ଚୀନ୍ର ଜଳ ସାମ୍ରାଜ୍ୟ ହେବାକୁ ଦେବ ନାହିଁ” appeared first on Odisha Reporter.
from Odisha Reporter https://ift.tt/2WfgWqa
No comments:
Post a Comment