ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ କାର୍ଯ୍ୟରତ ୧୦ ପୁଲିସ୍ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୁଲିସ୍ର ୫ ,ଟାଉନ ଥାନାରୁ ୩, ସଦର ଥାନାରୁ ଜଣେ ଓ IRB ବାଟାଲିଅନରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି।
ଏହାପରେ ଭବାନୀପାଟଣା ସହରକୁ ଶନିବାର ଓ ରବିବାର ମଧ୍ୟ ରାତ୍ର ଯାଏ ଜିଲ୍ଲାପାଳ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ଭୟଭୀତ ନହେବାକୁ ଜନସାଧାରଣଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ଭବାନୀପାଟଣା ସହରସ୍ଥିତ ପୁରୁଣାପଡାରୁ ଜଣେ ଓ ଶକ୍ତି ନଗରପଡ଼ାରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ସେଥିମଧ୍ୟରୁ ୮୨ ଜଣ ସୁସ୍ଥ ହୋଇ ସାରିଲେଣି। ୨୮ ଜଣ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।
The post ଭବାନୀପାଟଣାରେ ୧୦ ପୁଲିସ୍ କରୋନା ପଜିଟିଭ୍ appeared first on Odisha Reporter.
from Odisha Reporter https://ift.tt/2ZZ4v4k
No comments:
Post a Comment