ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁ ସବୁ କ୍ଷେତ୍ର ଭଳି ସିନେମା ଶିଳ୍ପ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। ମାର୍ଚ୍ଚ ମାସରୁ ସିନେମା ହଲ ବନ୍ଦ ରହିଥିବାରୁ ଏହାର ମାଲିକ ଓ ଏହା ସହ ଜଡ଼ିତ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି।
ଆସନ୍ତା ଅଗଷ୍ଟ ମାସରୁ ଦେଶର ସମସ୍ତ ସିନେମା ହଲକୁ ଖୋଲିବା ପାଇଁ ମନ୍ତ୍ରଣାଳୟର ସଚିବ ଅମିତ ଖାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି। ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଅନଲକ ଶେଷ ହେବାକୁ ଯାଉଛି। ଅଗଷ୍ଟ ୧ରୁ ଅନଲକ-୩ ପାଇଁ ନୂଆ ଗାଇଡଲାଇନ ଜାରି ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ହିଁ ସଚିବ ଖାରେ ସିନେମା ହଲ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି।
ତେବେ କରୋନା ସଂକ୍ରମଣ ଦେଶରେ ହୁହୁ ହୋଇ ବଢ଼ୁଥିବା ବେଳେ ସିନେମା ହଲ କେମିତି ଖୋଲିବ ଓ ଏଠାରେ ସାମାଜିକ ଦୂରତା କେମିତି ବଜାୟୀ ରହିବ, ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଶୁକ୍ରବାର ସିଆଇଆଇ ମିଡିଆ କମିଟି ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅମିତ ଖାରେ ରୁଦ୍ଧଦ୍ୱାର ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ସେ ସମଗ୍ର ଦେଶରେ ଅତିକମରେ ଅଗଷ୍ଟ ୧ କିମ୍ବା ଅତି ବେଶୀରେ ଅଗଷ୍ଟ ୩୧ ମଧ୍ୟରେ ସିନେମା ହଲ ଖୋଲିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇଛନ୍ତି।
ସିନେମା ଖୋଲିବା ପ୍ରସ୍ତାବ ସମ୍ପର୍କରେ ଖାରେ କହିଥିଲେ ଯେ ପ୍ରଥମ ଧାଡ଼ିରେ ଗୋଟିଏ ଛଡ଼ା ଗୋଟିଏ ସିଟ୍ରେ ଲୋକେ ବସିବେ ଓ ଏହାର ପଛ ଭାଗକୁ ସଂପୂର୍ଣ୍ଣ ରୂପେ ଖାଲି ରଖାଯିବ। ଏହି ନିୟମ ପୂରା ହଲରେ ଥିବା ସମସ୍ତ ସିଟ୍ଗୁଡ଼ିକରେ ଲାଗୁ ହେବ।
ତେବେ ବୈଠକରେ ଉପସ୍ଥିତ ଥିବା ସିନେମା ହଲ ମାଲିକମାନେ ଏଥିରେ ରାଜି ହୋଇ ନାହାନ୍ତି। ସେମାନେ କହିଛନ୍ତି ଯେ ଏପର ହେଲେ ୨୫% ଦର୍ଶକ ଗୋଟିଏ ଥରରେ ସିନେମା ଦେଖି ପାରିବେ। ଏପରି ସ୍ଥିତିରେ ଆମର କିଛି ଲାଭ ହେବନାହିଁ। ଏପରି କ୍ଷତି ସହିବା ଅପେକ୍ଷା ସିନେମା ହଲ ନ ଖୋଲିବା ଭଲ। ତଥାପି ସଚିବ ଖାରେ ସିନେମା ହଲ ଖୋଲିବାକୁ ପ୍ରସ୍ତାବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟକୁ ପଠାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭାଲ୍ଲା ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
The post ଅଗଷ୍ଟରୁ ଖୋଲିବ ସିନେମା ହଲ! ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଘୋଷଣାକୁ ଅପେକ୍ଷା appeared first on Odisha Reporter.
from Odisha Reporter https://ift.tt/39oVpRp
No comments:
Post a Comment