ବେତନଟୀ ତହସିଲଦାରଙ୍କ ନାଁରେ ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ବେତନଟୀ ତହସିଲଦାରଙ୍କ ନାଁରେ ସାଂଘାତିକ ଅଭିଯୋଗ

ବାରିପଦା(ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲଦାରଙ୍କ ନାଁରେ ରୁଜୁ ହେଲା ମାମଲା। ଜଣେ ଟ୍ରକ ମାଲିକ ତହସିଲଦାରଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ବୈଶିଙ୍ଗା ପୁଲିସ୍‌ ମାମଲା ରୁଜୁ କରିଛି। ବଡ଼ସାହି ଅଞ୍ଚଳର ଶ୍ରୀକାନ୍ତ କୁମାର ଦାସ ନାମକ ଟ୍ରକ ମାଲିକ ତହସିଲଦାରଙ୍କ ନାଁରେ ଲାଞ୍ଚ ମାଗିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୨୦ ତାରିଖ ରାତିରେ ଶ୍ରୀକାନ୍ତଙ୍କ ଗାଡ଼ି ବୈଶିଙ୍ଗା ରାସ୍ତା ଦେଇ ଯାଉଥିଲା। ଏହି ସମୟରେ ବେତନଟୀ ତହସିଲଦାର ଅନିଶା ଦାସ ଏବଂ କିଛି ଯୁବକ ତାଙ୍କ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିବା ବାହାନାରେ ମାଡ ମାରିବା ସହ ଧମକ ମଧ୍ୟ ଦେଇଥିଲେ। ଏଥିସହ ତାଙ୍କ ଗାଡ଼ିରେ ଥିବା ୬ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଖାଲି ଏତିକି ନୁହେଁ ବରଂ  ଜଣେ ବ୍ୟକ୍ତି ଗାଡ଼ିରେ ବସି ନିଜକୁ ଉପଜିଲ୍ଲାପାଳ ବୋଲି ପରିଚୟ ମଧ ଦେଉଥିଲେ। ଅନ୍ୟ ଜଣେ  ତହସିଲଦାରଙ୍କ ପାଖ ଲୋକ କହି ଲାଞ୍ଚ ଆକାରରେ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ସେ ପୁଲିସ୍‌କୁ ଦେଇଛନ୍ତି।  ଏହି ଅଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଘଟଣାକୁ ନେଇ ତହସିଲଦାର ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ନିଜେ ବେଆଇନ ମୋରମ୍ ଚାଲାଣ ହେଉଥିବା ଖବର ପାଇ ଚଢ଼ଉ କରି ଟ୍ରକ୍ ଜବତ କରିଛନ୍ତି। ଟଙ୍କା ମଗାଯାଉଥିବା ଅଡିଓ ତାଙ୍କର ନୁହେଁ। ବରଂ ବାରମ୍ବାର ଚଢଉ କରାଯାଉଥିବାରୁ କିଛି ମାଫିଆ ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଘଟଣାରେ ଗତକାଲି ପୁଲିସ୍‌ ଦୁଇ ଜଣ ଯୁବକଙ୍କୁ ଅଟକ ରଖିଛି।  ଅନ୍ୟପକ୍ଷରେ ତହସିଲଦାରଙ୍କ କଳାହାଣ୍ଡି ଜିଲ୍ଲାକୁ ବଦଳି ହୋଇ ଯାଇଥିବା ଜଣାପଡ଼ିଛି।

The post ବେତନଟୀ ତହସିଲଦାରଙ୍କ ନାଁରେ ସାଂଘାତିକ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/39mXGMV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages