ଲଜ୍ଜା: ରୋଗୀଣା କୁକୁରକୁ ଅଳିଆ ଗଦାରେ ଫୋପାଡ଼ି ଦେଲା ମାଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଲଜ୍ଜା: ରୋଗୀଣା କୁକୁରକୁ ଅଳିଆ ଗଦାରେ ଫୋପାଡ଼ି ଦେଲା ମାଲିକ

ନୂଆଦିଲ୍ଲୀ: ମଣିଷ ହୁଅନ୍ତୁ କି ପଶୁପକ୍ଷୀ ରୋଗଗ୍ରସ୍ତ ହେଲେ ସେମାନଙ୍କୁ ସବୁଠାରୁ ଅଧିକ ଦେଖାଶୁଣା କରିବାର ଆବଶ୍ୟକ ରହିଛି। ବିଶେଷ କରି କଥା କହି ପାରୁ ନଥିବା ଜୀବଜନ୍ତୁଙ୍କୁ ରୋଗ ହେଲେ, ସେମାନଙ୍କର ଚିକିତ୍ସା କରିବା ସମସ୍ତଙ୍କର କର୍ତ୍ତବ୍ୟ। ତେବେ ବ୍ରାଜିଲରେ ଗୋଟିଏ କୁକୁର ସହ ଘଟିଥିବା ଘଟଣା ପୂରା ମଣିଷ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।

ଏଠାରେ ଗୋଟିଏ କୁକୁର ରୋଗରେ ଆକ୍ରାନ୍ତ ହେବାରୁ ତା’ ମାଲିକ ତାକୁ ଚିକିତ୍ସା ବଦଳରେ ଅଳିଆ ଗଦାରେ ଫୋପାଡ଼ି ଫେରାର ହୋଇଯାଇଛି। କୁକୁରଟିର ଏଭଳି ଅବସ୍ଥା ଦେଖି ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ହସ୍ପିଟାଲ ନେଇ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦେବାରୁ ତା’ର ଜୀବନ ବଞ୍ଚି ଯାଇଛି।

କୁକୁରଟିକୁ ବ୍ୟକ୍ତି ଜଣଙ୍କ ଅଳିଆ ଗଦାରୁ ଉଠାଇବା ପୂର୍ବରୁ ଭିଡିଓ ପ୍ରସ୍ତୁତ କରିଥିଲେ। କଥା କହିପାରୁ ନଥିବା କୁକୁରଟିର ଆଖିରେ ହିଁ ସେ କେତେ କଷ୍ଟ ସହି ଅଳିଆ ଗଦାରେ ପଡ଼ି ରହିଥିଲା, ତାହା ସ୍ପଷ୍ଟ ଜଣାପଡ଼ୁଥିଲା। କୁକୁରଟିକୁ ଉଦ୍ଧାର କରି ବ୍ୟକ୍ତି ଜଣଙ୍କ ତା’କୁ ନିଟକସ୍ଥ ମ୍ୟୁନିସପାଲ କେନ୍ନାଲ ପଶୁ ଚିକିତ୍ସାଳୟକୁ ନେଇଯାଇଥିଲେ।

ପରୀକ୍ଷା ପରେ ଜଣାପଡ଼ିଲା ଯେ କୁକୁର ପେଟରେ ଗୋଟିଏ ବଡ଼ ଟ୍ୟୁମର ରହିଛି। ଚିକିତ୍ସା ପରେ ତା’ ଅବସ୍ଥା ସୁଧୁରିଥିବା ଜଣାପଡ଼ିଛି। ଟ୍ୟୁମରଟିକୁ ତା’ ପେଟରୁ କାଢ଼ି ଦିଆଯାଇଛି। ସେ କାରରେ ବୁଲିବା ଓ ପଡ଼ିଆରେ ବି ଧୀରେଧୀରେ ଖେଳିବା ଆରମ୍ଭ କରିଛି। ତଥାପି ତା’ର ଚିକିତ୍ସା ଜାରି ରହିଛି।

ଫେସବୁକରେ କୁକୁରଟିର ଅବସ୍ଥା ସମ୍ପର୍କରେ ଭିଡିଓ ପୋଷ୍ଟ କରିଥିବା ବ୍ୟକ୍ତି ଜଣଙ୍କ ଲେଖିଛନ୍ତି, “କିଛି ଲୋକ ଦୁନିଆକୁ ନର୍କ ବନେଇ ଦେଇଛନ୍ତି। କିନ୍ତୁ ମୁଁ ସବୁ ପଶୁପ୍ରେମୀଙ୍କୁ କହିବାକୁ ଚାହେଁ ଯେ ସେମାନେ ଆଦୌ ନିରାଶ ହୁଅନ୍ତୁ ନାହିଁ। ଆପଣ ପ୍ରତିଟି ବିଜୟରେ ସେଲିବ୍ରେସନ କରନ୍ତୁ।

କାରଣ ପ୍ରେମ ଘୃଣା ଠାରୁ ଅଧିକ ଶକ୍ତିଶାଳୀ। ମୋର ଆଶା ଖୁବଶୀଘ୍ର ପଶୁଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଜେଲଦଣ୍ଡର ବ୍ୟବସ୍ଥା କରାଯିବ।”

The post ଲଜ୍ଜା: ରୋଗୀଣା କୁକୁରକୁ ଅଳିଆ ଗଦାରେ ଫୋପାଡ଼ି ଦେଲା ମାଲିକ appeared first on Odisha Reporter.



from Odisha Reporter https://ift.tt/2OOl1O0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages