ଆମେରିକା ପରେ ଭାରତକୁ ଆସିଲା ଆଉ ଏକ ଭୟଙ୍କର ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଆମେରିକା ପରେ ଭାରତକୁ ଆସିଲା ଆଉ ଏକ ଭୟଙ୍କର ରୋଗ

ସୁରତ: ମହାମାରୀ କରୋନା ପାଇଁ ଦୟନୀୟ ସ୍ଥିତିର ସମ୍ମୁଖୀନ ହେଉଥିବା ଭାରତ ପାଇଁ ଚିନ୍ତା ଆହୁରି ବଢ଼ିଛି। ଆମେରିକା ଓ ୟୁରୋପ ପରେ ଆଉ ଗୋଟିଏ ନୂଆ ରୋଗ ଏବେ ଭାରତରେ ଦେଖିବାକୁ ମିଳିଛି। ଗୁଜରାଟର ସୁରତରେ ଜଣେ ଛୋଟ ପିଲାର ଶରୀରରେ ଏହି ମାରାତ୍ମକ ରୋଗର ଲକ୍ଷଣ ଦେଖାଯିବା ପରେ ପୂରା ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି।

ଏହି ନୂଆ ରୋଗର ନାଁ ହେଲା ମଲ୍ଟିସିଷ୍ଟମ ଇନଫ୍ଲାମେଟରୀ ସିଣ୍ଡ୍ରୋମ ବା MIS-C ବୋଲି ଡାକ୍ତରମାନେ କହିଛନ୍ତି। ସୁରତରେ ରହୁଥିବା ଗୋଟିଏ ପରିବାରର ୧୦ ବର୍ଷର ପିଲାର ଶରୀରରେ MIS-C ରୋଗ ଲକ୍ଷଣ ଦେଖାଯାଇଛି। ଭାରତରେ ଏହା ପୂର୍ବରୁ କେବେ ହେଲେ MIS-Cର ଲକ୍ଷଣ କାହାର ବି ଦେଖାଯାଇ ନଥିଲା।

ଆମେରିକା ଓ ୟୁରୋପରେ ଏହା ଦେଖାଯାଇଥାଏ। ଲକ୍ଷଣ ଦେଖାଯିବା ପରେ ପରିବାର ସଦସ୍ୟମାନେ ପିଲାଟିକୁ ହସ୍ପିଟାଲ ନେଇଥିଲେ। ପିଲାଟି ଶରୀରରେ ଜ୍ୱର ରହିଛି। ସେହିପରି ତା’ର ବାନ୍ତି, କାଶ ଓ ଝାଡ଼ା ମଧ୍ୟ ହେଉଛି। ତା’ର ଆଖି ଏବଂ ଓଠ ମଧ୍ୟ ନାଲି ପଡ଼ିଯାଉଛି।

ହସ୍ପିଟାଲରେ ଡାକ୍ତର ଆଶିଷ ପିଲାଟିର ଲକ୍ଷଣ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏହାପରେ ସେ ସୁରତ ଓ ମୁମ୍ବାଇରେ ଥିବା ଅନ୍ୟ ଡାକ୍ତରମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ପାରୀକ୍ଷା ପରେ ଜଣାପଡ଼ିଲା ଯେ ପିଲାଟି MIC-C ରୋଗରେ ଆକ୍ରାନ୍ତ ହୋଇଛି।

ଏହି ମାରତ୍ମାକ ରୋଗରେ ଆକ୍ରାନ୍ତ ହୋଇଥିବା ପିଲାଟିର ପମ୍ପିଂ ମଧ୍ୟ ପାଖାପାଖି ୩୦% ହ୍ରାସ ପାଇଯାଇଥିଲା। ତା’ ଶରୀରର ଶିରା ଗୁଡ଼ିକ ମଧ୍ୟ ଫୁଲିବା ଆରମ୍ଭ କରିଥିଲା। ତେବେ ୭ ଦିନର ଚିକିତ୍ସା ପରେ ପିଲାଟିକୁ ଘରକୁ ପଠାଇ ଦିଆଯାଇଛି। ଡାକ୍ତରମାନେ ଏହି ରୋଗ ସାରା ଦେଶରେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ଏହି ମାରାତ୍ମକ ରୋଗରେ ୩ ବର୍ଷରୁ ୨୦ ବର୍ଷ ମଧ୍ୟରେ ଥିବା ଛୋଟ ପିଲା ଓ କିଶୋରମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। କରୋନା ଭଳି ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରିବା କଷ୍ଟକର। ତେବେ ଲକ୍ଷଣ ଦେଖାଯିବା ମାତ୍ରେ ଏହାର ଚିକିତ୍ସା କଲେ ଏଥିରୁ ଆରୋଗ୍ୟ ମିଳିପାରିବ ବୋଲି ଡାକ୍ତରମାନେ କହିଛନ୍ତି।

The post ଆମେରିକା ପରେ ଭାରତକୁ ଆସିଲା ଆଉ ଏକ ଭୟଙ୍କର ରୋଗ appeared first on Odisha Reporter.



from Odisha Reporter https://ift.tt/2CWBJIl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages