ନବଜାତ ପାଇଁ ପ୍ରତିଦିନ ୧୦୦୦ କିମି ଦୂରରୁ ଆସୁଛି ମା’ କ୍ଷୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ନବଜାତ ପାଇଁ ପ୍ରତିଦିନ ୧୦୦୦ କିମି ଦୂରରୁ ଆସୁଛି ମା’ କ୍ଷୀର

ନୂଆଦିଲ୍ଲୀ: ନିଜ ପିଲାମାନଙ୍କ ପାଇଁ ବାପା ମା’ମାନେ କିଛି ବି କରିପାରନ୍ତି। ସେମାନେ ସବୁପ୍ରକାରର କଷ୍ଟ ସହି ନିଜ ପିଲାମାନଙ୍କ ପାଇଁ ସର୍ବଦା ମଙ୍ଗଳ କାମନା କରନ୍ତି। ଏହାର ଆଉ ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି।

ଦିଲ୍ଲୀର ସାଲିମାର ବାର ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ଜଣେ ନବଜାତ ଶିଶୁର ଜୀବନ ବଞ୍ଚାଇବାକୁ ତା’ର ବାପା ମା’ ଦିନ ରାତି କେମିତି ଏକ କରିଦେଇଛନ୍ତି, ସେକଥା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ଚକିତ ହେବେ। ମା’ ଲେହରେ ଥିବା ବେଳେ ଶିଶୁଟି ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ରହିଛି। ତଥାପି ମା’ ଜଣଙ୍କ ଶିଶୁଟିକୁ ନିଜ କ୍ଷୀର ଦେଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ହସ୍ପିଟାଲରେ ଚିକିତ୍ସିତ ଶିଶୁଟିର ଜୀବନ ରକ୍ଷା ପାଇଁ ମା’ କ୍ଷୀର ଜରୁରୀ ହୋଇପଡ଼ିଥିବାରୁ ତା’ର ବାପା ମା’ ଓ ମାମୁ ସବୁ ଘାତ ପ୍ରତିଘାତ ସହି ଏହାକୁ ସଂଗ୍ରହ କରିବାରେ ଲାଗିଛନ୍ତି।

ଏହି ନବଜାତ ଶିଶୁଟି ପାଇଁ ପ୍ରତିଦିନ ଲେହରୁ ଦୀର୍ଘ ଏକ ହଜାର କିମି ଦୂରରେ ଅବସ୍ଥିତ ଦିଲ୍ଲୀକୁ ମା’ କ୍ଷୀର ଆସୁଛି। ଗୋଟିଏ ମାସ ହେଲାଣି ଏଭଳି କାର୍ଯ୍ୟ ଜାରି ରହିଛି।

ଶିଶୁଟିର ସର୍ଜରୀ ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ କରାଯାଇଛି। ହେଲେ ତା’ର ମା’ ଲେହରେ ରହିଯାଇଛନ୍ତି। ସର୍ଜରୀ ପରେ ଶିଶୁଟି ପାଇଁ ମା’ କ୍ଷୀର ଜରୁରୀ ହୋଇ ପଡ଼ିଥିବାରୁ ପ୍ରତିଦିନ ଲେହରୁ ଦିଲ୍ଲୀକୁ କ୍ଷୀର ଆସୁଛି। ମାତା ପିତାଙ୍କ ଏଭଳି କାର୍ଯ୍ୟ ଦେଖି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମା’ କ୍ଷୀର ଖାଇବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଦ୍ରୁତଗତିରେ ସୁଧୁରିବା ଆରମ୍ଭ ହୋଇଛି। ଡାକ୍ତରଙ୍କ କହିବା କଥା ଆଉ ଗୋଟିଏ ସପ୍ତାହ ପରେ ଶିଶୁଟିକୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯିବ।

ମ୍ୟାକ୍ସ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ୧୬ ଜୁନ୍ ସର୍ଜରୀ ଜରିଆରେ ଶିଶୁଟି ଲେହରେ ଜନ୍ମ ଗ୍ରହଣ କରିଥିଲା। ଶିଶୁଟିର ଶ୍ୱାସନଳୀ ଓ ଖାଦ୍ୟ ନଳୀ ଏକାଠି ଯୋଡ଼ି ହୋଇଯାଇଥିଲା। ଏହି କାରଣରୁ ଶିଶୁଟିକୁ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୧୮ ଜୁନ୍‌ରେ ଶିଶୁଟିର ମାମୁ ତାଙ୍କୁ ସାଙ୍ଗରେ ଧରି ଦିଲ୍ଲୀରେ ପହଞ୍ଚିଥିଲେ। ସର୍ଜରୀ ହୋଇଥିବାରୁ ତା’ ମା’ ଦିଲ୍ଲୀ ଆସିପାରି ନଥିଲେ। ମହୀଶୂରରେ ଶିକ୍ଷକତା କରୁଥିବା ଶିଶୁଟିର ବାପା କିନ୍ତୁ ଦିଲ୍ଲୀରେ ପହଞ୍ଚିଥିଲେ। ୧୯ ଜୁନ୍‌ରେ ଶିଶୁଟିର ମ୍ୟାକ୍ସ ହସ୍ପିଟାଲରେ ସର୍ଜରୀ କରାଯାଇଥିଲା। ସର୍ଜରୀ ପରେ ମା’ କ୍ଷୀର ଜରୁରୀ ଥିବାରୁ ଏହା କେମିତି ଶିଶୁଟିକୁ ମିଳିବ, ତା’କୁ ନେଇ ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ।

ଶିଶୁଟିର ବାପା ଜିକମେଟ ୱାଙ୍ଗଡୁ କହିଛନ୍ତି ସର୍ଜରୀ ପରେ ମୋ ପିଲାକୁ ମା’ କ୍ଷୀର ଜରୁରୀ ବୋଲି ଡାକ୍ତରମାନେ କହିଥିଲେ। ଏହି କାରଣରୁ ଆମେ ଲେହରୁ ମା’ କ୍ଷୀର ଆଣିବାକୁ ନିଷ୍ପତ୍ତି ନେଇଥିଲୁ। ଏହା ବେଶ ଚ୍ୟାଲେଞ୍ଜିଂ ଥିଲା। ଲଦାଖ ଏୟାରପୋର୍ଟରେ ମୋର କିଛି ବନ୍ଧୁ ରହିଥିଲେ।

ସେମାନେ ପ୍ରତିଦିନ ସେଠାରୁ ଆସୁଥିବା ଯେ କୌଣସି ଯାତ୍ରୀଙ୍କ ସହ ମା’ କ୍ଷୀର ଦିଲ୍ଲୀ ପଠାଇବା ଆରମ୍ଭ କରିଥିଲେ। ସନ୍ଧ୍ୟା ୬ଟାରୁ ତା’ପର ଦିନ ସକାଳ ମଧ୍ୟରେ ମୋ ପତ୍ନୀ କ୍ଷୀର ଏକାଠି କରି ରଖିଥାଆନ୍ତି। ଏହାପରେ ସକାଳୁ ଦିଲ୍ଲୀ ଆସୁଥିବା ବିମାନରେ ମାତ୍ର ଘଣ୍ଟାଏ ମଧ୍ୟରେ ଏହା ଆମ ପାଖରେ ପହଞ୍ଚି ଯାଏ।

ବିମାନ ଏୟାରପୋର୍ଟରେ ପହଞ୍ଚିବା ପରେ ମୁଁ କିମ୍ବା ତା’ ମାମୁ ଯାଇ କ୍ଷୀର ଆଣିଥାଉ। ୨୦ ଜୁନରୁ ପ୍ରତିଦିନ ଏମିତି ଲେହରୁ ଦିଲ୍ଲୀକୁ ମା’ କ୍ଷୀର ଆସୁଥିବା ସେ କହିଛନ୍ତି।

The post ନବଜାତ ପାଇଁ ପ୍ରତିଦିନ ୧୦୦୦ କିମି ଦୂରରୁ ଆସୁଛି ମା’ କ୍ଷୀର appeared first on Odisha Reporter.



from Odisha Reporter https://ift.tt/2WEkXVg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages