ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗ ଗାଁ ନିକଟରୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ପୁଲିସ୍ ୮ ଜଣଙ୍କୁ ଗିରଫ କରିଛି। ଏଥିସହ ୮ଟି ପିକ୍ଅପ୍ ଗାଡ଼ି ଜବତ କରିଛି । ଏହିସବୁ ଗାଡ଼ିରୁ ୭୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି।
ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ ବେଆଇନ ଭାବେ ଗୋରୁମାନଙ୍କୁ ୮ଟି ଗାଡ଼ିରେ କୋଲକତା ନିଆଯାଉଥିଲା। ତେବେ ଆଜି ଭୋରରେ ଶ୍ରୀଜଙ୍ଗ ନିକଟରେ ପୁଲିସ୍ ଗାଡ଼ି ଅଟକାଇ ଯାଞ୍ଚ କରୁଥିବା ସମୟରେ ଗୋରୁମାନଙ୍କୁ ଉଦ୍ଧାର କରିଥିଲା। ଏଥିସହ ଗୋରୁ ବୋଝେଇ ୮ଟି ପିକଅପ୍ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍ ୮ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଗିରଫ କରିଛି।
The post ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୮ ଗିରଫ appeared first on Odisha Reporter.
from Odisha Reporter https://ift.tt/32KnmBR
No comments:
Post a Comment