ଗ୍ଲେନମାର୍କର କରୋନା ଔଷଧ ଫେଜ୍‌-୩ ଟ୍ରାଏଲରେ ପାସ୍‌! ବଢ଼ିଲା ନୂଆ ଆଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ଗ୍ଲେନମାର୍କର କରୋନା ଔଷଧ ଫେଜ୍‌-୩ ଟ୍ରାଏଲରେ ପାସ୍‌! ବଢ଼ିଲା ନୂଆ ଆଶା

ନୂଆଦିଲ୍ଲୀ: ମେଡିସିନ୍‌ ତିଆରି କରୁଥିବା ଗ୍ଲେନମାର୍କ ଆଣ୍ଟି ଭାଇରାଲ ଔଷଧକୁ ନେଇ ବଡ଼ ଦାବି କରିଛି। ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର କରୋନା ଆକ୍ରାନ୍ତଙ୍କ ଉପରେ କରାଯାଇଥିବା ଫେଜ୍‌-୩ ଟ୍ରାଏଲରେ ସକାରାତ୍ମକ ରେଜଲ୍ଟ ଦେଇଥିବା ଦାବି କରାଯାଇଛି। ମାଇଲ୍ଡ ଓ ମୋଡେରେଟ୍‌ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଏହି ଔଷଧ ଖାଇବା ପରେ ଶୀଘ୍ର ସୁସ୍ଥ ହୋଇଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ଗ୍ଲେନମାର୍କ ପକ୍ଷରୁ କୁହାଯାଇଛି ଯେ ଫାଭିପିରାଭିର ଦ୍ୱାରା ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତମାନେ ନିୟମିତ ଔଷଧରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ତୁଳନାରେ ଶୀଘ୍ର ସୁସ୍ଥ ହେବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ସେହିପରି ଫାଭିପିରଭିର ଖାଉଥିବା ଆକ୍ରାନ୍ତଙ୍କ ଶରୀରରୁ ଭାଇରାଲ ରୋଗ ମଧ୍ୟ ଶୀଘ୍ର ଦୂରେଇ ଯାଉଛି। ତଥ୍ୟ ଅନୁସାରେ ସାଧାରଣ ଚିକିତ୍ସା ପାଉଥିବା ଆକ୍ରାନ୍ତଙ୍କ ତୁଳନାରେ ଫାବିଫ୍ଲୁ ଦ୍ୱାରା ଜଣେ ଆକ୍ରାନ୍ତଙ୍କ ଶରୀରରୁ ଭାଇରସ ୨୯% ସ୍ପିଡ୍‌ରେ ଭଲ ହୋଇଯାଉଛି।

ଫେଜ୍‌-୩ ଟ୍ରାଏଲରୁ ଏହାର ସ୍ପଷ୍ଟ ହୋଇଛି। ଫେଜ-୩ ଟ୍ରାଏଲରେ ୧୫୦ ଜଣ ମାଇଲ୍ହ ଓ ମୋଡେରେଟ୍‌ ରୋଗୀଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା। ଗ୍ଲେନମାର୍କର ଫାଭିପିରଭିର କ୍ଲିନିକାଲ ଟ୍ରାଏଲରେ ସାମିଲ ହୋଇଥିବା ଆକ୍ରାନ୍ତଙ୍କୁ ସାଧାରଣ ଚିକିତ୍ସା ସହ ୧୪ ଦିନ ଯାଏ ଫାଭିପିରଭିର ଟ୍ୟାବଲେଟ୍‌ ଦିଆଯାଇଥିଲା। ୧୫୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୯୦ ଜଣ ମାଇଲ୍ହ ଓ ୬୦ ଜଣ ମୋଡେରେଟ୍‌ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ରହିଥିଲେ ବୋଲି ଗ୍ଲେନମାର୍କ କହିଛି।

୨୦୧୪ରୁ ଜାପାନରେ ନୂଆ ଧରଣର ଇନଫ୍ୟୁଏଞ୍ଜା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଫାଭିପିରଭିରକୁ ଅନୁମତି ମିଳିଛି। ୨୦୨୦ ମେ’ ମାସରେ ରୁଷ ମଧ୍ୟ କରୋନା ଚିକିତ୍ସା ପାଇଁ ଏହାର ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ଏହାପରେ ଏକାଧିକ ରାଷ୍ଟ୍ର ଫାଭିପିରଭିରକୁ କରୋନାର ସାମ୍ଭାବ୍ୟ ଔଷଧ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ଜୁନ୍‌ ୨୦ରେ ଗ୍ଲେନମାର୍କକୁ ଡିଜିସିଆଇ ପକ୍ଷରୁ ଫାବିଫ୍ଲୁର ଉତ୍ପାଦନ ଓ ମାର୍କେଟିଂ ପାଇଁ ଅନୁମତି ଦେଇଥିଲା।

The post ଗ୍ଲେନମାର୍କର କରୋନା ଔଷଧ ଫେଜ୍‌-୩ ଟ୍ରାଏଲରେ ପାସ୍‌! ବଢ଼ିଲା ନୂଆ ଆଶା appeared first on Odisha Reporter.



from Odisha Reporter https://ift.tt/2E20mnp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages