ଚର୍ଚ୍ଚାରେ ବିନା ମାସ୍କରେ ଥିବା ‘ଗଧ’ର ଇଣ୍ଟର୍‌ଭ୍ୟୁ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 22, 2020

ଚର୍ଚ୍ଚାରେ ବିନା ମାସ୍କରେ ଥିବା ‘ଗଧ’ର ଇଣ୍ଟର୍‌ଭ୍ୟୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଜଣେ ସାମ୍ବାଦିକଙ୍କ କରୋନା ଭାଇରସ ଉପରେ ଲୋକଙ୍କୁ ସଚେତନ କରାଇବା ଶୈଳୀ ଇଣ୍ଟରନେଟ୍‌ରେ ଏବେ ଭାଇରାଲ ହୋଇଛି। ଏକ ନୂଆ ପ୍ରଣାଳୀରେ ସେ ବିନା ମାସ୍କରେ ରାସ୍ତାରେ ବୁଲୁଥିବା ଲୋକମାନଙ୍କୁ କେମିତି ସଚେତନ କରୁଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି। ଏହି ସମୟରେ ସାମ୍ବାଦିକ ଜଣଙ୍କ ଗଧର ଇଣ୍ଟରଭ୍ୟୁ ମଧ୍ୟ ନେଇ ଇଣ୍ଟରନେଟ୍‌ରେ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ସାମ୍ୱାଦିକ ଜଣଙ୍କ ରାସ୍ତାରେ ଶୋଇଥିବା ଦୁଇଟି ଗଧଙ୍କର ଇଣ୍ଟର୍‌ଭ୍ୟୁ ନେଉଥିବାର ଦେଖାଯାଉଛି। ସେ ଗଧଙ୍କୁ ଲକଡାଉନ ସମୟରେ ବାହାରେ କହିଁକି ବୁଲୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି। ଏହା ସହିତ ସେମାନେ ମାସ୍କ କଣ ପାଇଁ ପନ୍ଧି ନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ହେଲେ ଏହାର ଉତ୍ତର ସେ ପାଇନାହାନ୍ତି।

ତେବେ ପାଖରେ ଥିବା ଲୋକ ଯିଏକି ମାସ୍କ ନପିନ୍ଧି ବାହାରେ ବୁଲୁଛନ୍ତି ତାଙ୍କୁ ସେ ଗଧ କାହିଁକି ମାସ୍କ ପିନ୍ଧିନି ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ବ୍ୟକ୍ତି ଜଣଙ୍କ ଗଧ ମାସ୍କ ପନ୍ଧେ ନାହିଁ ବୋଲି କହିଛନ୍ତି।

ଭିଡିଓଟିରେ ସାମ୍ୱାଦିକ ଜଣଙ୍କ ଏପରି ଢଙ୍ଗରେ ପ୍ରଶ୍ନ କରିଛନ୍ତି ଯେ ପରୋ‍କ୍ଷରେ ବ୍ୟକ୍ତି ନିଜର ଭୁଲକୁ ବୁଝିପାରିଛନ୍ତି। କେବଳ ଜଣେ ନୁହେଁ ସେ ରାସ୍ତାରେ ବିନା ମାସ୍କରେ ଯାଉଥିବା ବ୍ୟକ୍ତି ମାନଙ୍କୁ ସାମ୍ବାଦିକ ଜଣଙ୍କ ଅଟକାଇ ଏଭଳି ଉପାୟରେ କରୋନା ସମ୍ପର୍କରେ  ସଚେତନତା କରିବା ଆଳରେ ଇଣ୍ଟରଭ୍ୟୁ ନେଇଛନ୍ତି।

ଏହି ଭିଡିଓଟି ଭାରତୀୟ ପୁଲିସ ସେବା (ଆଇପିଏସ)ର ଅଧିକାରୀ ଅରୁଣ ବୋଥ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଲକଡାଉନ ସମୟରେ ଗଣମାଧ୍ୟମର ସବୁଠାରୁ ଭଲ ଇଣ୍ଟର୍‌ଭ୍ୟୁ ବୋଲି ସେ ଏହାର କ୍ୟାପସନରେ ଲେଖିଛନ୍ତି।

ତେବେ ଏହି ସଚେତନାତାର ଭଡିଓ ଟ୍ୱିଟରରେ ଶେୟାର ହେବାପରେ ୩ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହାକୁ ଦେଖି ସାରିଥିବାବେଳେ ୨୫ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି।

The post ଚର୍ଚ୍ଚାରେ ବିନା ମାସ୍କରେ ଥିବା ‘ଗଧ’ର ଇଣ୍ଟର୍‌ଭ୍ୟୁ, ଦେଖନ୍ତୁ ଭିଡିଓ appeared first on Odisha Reporter.



from Odisha Reporter https://ift.tt/32KnjpF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages