ଗାଭାସ୍କରଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 17, 2020

ଗାଭାସ୍କରଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନ ଖେଳାଳି

ନୂଆଦିଲ୍ଲୀ: ସୁନୀଲ ଗାଭାସ୍କରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜମାମ୍ ଉଲ୍ ହକ୍। ସେ ତାଙ୍କ ଅଫିସିଆଲ୍ ୟୁ ଟ୍ୟୁବ୍ ଚ୍ୟାନେଲ୍‌ରେ କହିଛନ୍ତି, ସୁନୀଲ ଗାଭାସ୍କର ଟେଷ୍ଟ କ୍ରିକେଟ୍‌ରେ ସେତେବେଳେ ୧୦ ହଜାର ରନ୍ ପୂରଣ କରି ଥିଲେ, ଯେତେବେଳେ କେହି ଏ ବିଷୟରେ କଳ୍ପନା ବି କରି ନଥିଲେ। ସେତେବେଳେ ଅନେକ ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍ ଥିଲେ। ତାଙ୍କ ପୂର୍ବରୁ ବି ଅନେକ ମହାନ ଖେଳାଳି ଥିଲେ। କିନ୍ତୁ କେହି ୧୦ ହଜାର ରନ୍ କରିବା ନେଇ ଭାବି ନଥିଲେ। ଜାଭେଦ ମିଆଁଦାଦ, ଭିଭିଆନ୍ ରିଚାର୍ଡସ୍, ଗ୍ୟାରୀ ସୋବର୍ସ ଓ ଡନ୍ ବ୍ରାଡ୍‌ମ୍ୟାନ୍‌ଙ୍କ ଭଳି ବ୍ୟାଟ୍ସମ୍ୟାନ୍ ମାନେ ଏହି ସଂଖ୍ୟା ଛୁଇଁବା କଥା ଭାବି ନଥିଲେ।

ଇଞ୍ଜମାମ ଉଲ୍ ହକ୍ କହିଛନ୍ତି, ଆଜିକାଲି ବହୁତ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। କିନ୍ତୁ ଖୁବ୍ କମ୍ ଖେଳାଳି ସେହି ସଫଳତା ପାଇଛନ୍ତି। ମୋ ପାଇଁ ସୁନୀଲ ଗାଭାସ୍କରଙ୍କ ସେହି ୧୦ ହଜାର ରନ୍ ଏବକାର ୧୫ ହଜାର/ ୧୬ ହଜାର ରନ୍ ସହିତ ସମାନ। ଆଜିକାଲି ପିଚ୍ ଗୁଡ଼ିକ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଯେମିତି ସାହାଯ୍ୟ କରୁଛି, ସେତେବେଳେ ସେଗୁଡ଼ିକ ସୁନୀଲ ଗାଭାସ୍କରଙ୍କୁ ସେମିତି ସହାୟକ ହେଉ ନଥିଲା। ତେଣୁ ଏଥିରୁ ସୁନୀଲ ଗାଭାସ୍କରଙ୍କ ବ୍ୟାଟିଂ ଦକ୍ଷତା ପ୍ରତିପାଦିତ ହେଉଛି।

ଇଞ୍ଜମାମ ଉଲ୍ ହକ୍ ଆହୁରି କହିଛନ୍ତି, ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଭଲ ଫର୍ମରେ ରହିବେ, ତା’ହେଲେ ଗୋଟିଏ ସିଜିନ୍‌ରେ ସେ ୧୦୦୦ରୁ ୧୫୦୦ ରନ୍ କରିପାରିବେ। କିନ୍ତୁ ଯେତେବେଳେ ସୁନୀଲ ଗାଭାସ୍କର ଖେଳୁଥିଲେ ସ୍ଥିତି ଏମିତି ନଥିଲା। ଏବେ କେବଳ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ଦୃଷ୍ଟିରେ ରଖି ପିଚ୍ ତିଆରି କରାଯାଉଛି, ଯେମିତି ସେମାନେ ଭଲ ସ୍କୋର କରିପାରିବେ। ଆଇସିସି ମଧ୍ୟ ଚାହୁଁଛି ବ୍ୟାଟ୍ସମ୍ୟାନ୍‌ମାନେ ଭଲ ସ୍କୋର କରି ଦର୍ଶକଙ୍କ ମନୋରଞ୍ଜନ କରାନ୍ତୁ। କିନ୍ତୁ ପୂର୍ବେ ସ୍ଥିତି ସେମିତି ନଥିଲା। ପିଚ୍‌ଗୁଡ଼ିକରେ ବ୍ୟାଟିଂ କରିବା ଏତେ ସହଜ ନଥିଲା। ବିଶେଷ କରି ଉପ-ମହାଦେଶ ବାହାରେ ଖେଳିବା ଏତେ ସହଜ ନଥିଲା।

ସୁନୀଲ ଗାଭାସ୍କର ଭାରତ ପାଇଁ ୧୨୫ଟି ଟେଷ୍ଟ ମ୍ୟାଚ୍ ଖେଳି ୧୦,୧୨୨ ରନ୍ ସଂଗ୍ରହ କରିଥିଲେ। ସେଥି ମଧ୍ୟରେ ୩୪ଟି ଶତକ ଓ ୪୫ଟି ଅର୍ଦ୍ଧ ଶତକ ରହିଥିଲା। ସେ ପାକିସ୍ତାନ ବିପକ୍ଷରେ ହିଁ ୧୦ ହଜାର ରନ୍ ଅତିକ୍ରମ କରିଥିଲେ।

ସୁନୀଲ ଗାଭାସ୍କରଙ୍କ ପରେ ୧୨ ଜଣ ବ୍ୟାଟ୍ସମ୍ୟାନ ଟେଷ୍ଟ କ୍ରିକେଟ୍‌ରେ ୧୦ ହଜାର ରନ୍ ଅତିକ୍ରମ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ରନ୍ କରିବାର ରେକର୍ଡ ଏବେ ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସେ ୨୦୦ଟି ଟେଷ୍ଟ ଖେଳି ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ରାହୁଲ ଦ୍ରାବିଡ଼ ମଧ୍ୟ ଟେଷ୍ଟ କ୍ରିକେଟ୍‌ରେ ୧୦ ହଜାର ରନ୍ ଅତିକ୍ରମ କରିଛନ୍ତି। ସେ ୧୬୪ଟି ମ୍ୟାଚ୍ ଖେଳି ୧୩,୨୮୮ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୩୬ ଶତକ ଓ ୬୩ ଅର୍ଦ୍ଧ ଶତକ ରହିଛି। ଟେଷ୍ଟ୍ କ୍ରିକେଟ୍‌ରେ ୧୦ ହଜାର ରନ୍ କରିଥିବା ୧୩ ବ୍ୟାଟ୍ସମ୍ୟାନ୍‌ ମାନଙ୍କ ମଧ୍ୟରେ ସୁନୀଲ ଗାଭାସ୍କରଙ୍କ ସମତେ ମୋଟ ୩ ଜଣ ଭାରତୀୟ ଅଛନ୍ତି।

The post ଗାଭାସ୍କରଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନ ଖେଳାଳି appeared first on Odisha Reporter.



from Odisha Reporter https://ift.tt/3eABWOw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages