କରୋନାର ନୂଆ ଲକ୍ଷଣ: ପାଟି ଘା’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 18, 2020

କରୋନାର ନୂଆ ଲକ୍ଷଣ: ପାଟି ଘା’!

ନୂଆଦିଲ୍ଲୀ: କରୋନା ଭାଇରସ ଦିନକୁ ଦିନ ମାରାତ୍ମକ ହେବା ସହିତ ଚରିତ୍ର ମଧ୍ୟ ବଦଳାଉଛି। ପୂର୍ବରୁ ସ୍ୱାଦ ଜାଣି ନପାରିବା, ଘ୍ରାଣ ଶକ୍ତି କମିବା ଆଦି ଲକ୍ଷଣ ଆକ୍ରାନ୍ତଙ୍କ ପାଖରେ ଦେଖିବାକୁ ମିଳୁଥିଲା। ଏବେ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯେଉଁମାନଙ୍କ ପାଖରେ ପାଟି ଘା’ର ଲକ୍ଷଣ ଦେଖିବାକୁ ମିଳିଛି।

ସ୍ପେନର ଡାକ୍ତର କହିଛନ୍ତି, ପାଟି ଘା’ ଚିକିତ୍ସା ବିଜ୍ଞାନ ଭାଷାରେ ଏହାରୁ ଏନ୍ନାଥେମ୍ କୁହନ୍ତି। ଏହି ପାଟି ଘା’ COVID-19ର ଲକ୍ଷଣ ହୋଇପାରେ। ସ୍ପେନର ମାଡ୍ରିଡ୍ର ୟୁନିଭରସିଟିର କରୋନା ବାବଦରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି। ଏପ୍ରିଲ୍ ମାସରେ ପ୍ରାୟ ୨୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ପାଖରେ ସେତେବେଳେ ଚର୍ମରେ ଘା ’ହୋଇଥିଲା। ସେମାନଙ୍କ ମଧ୍ୟରୁ ଛଅ ଜଣ ଆକ୍ରାନ୍ତଙ୍କ (୨୯%)ଙ୍କ ପାଟିରେ ଘା’ ହୋଇଥିଲା। କରୋନା ଲକ୍ଷଣ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ୨୪ ଦିନ ମଧ୍ୟରେ ପାଟି ଘା’ର ଲକ୍ଷଣ ଦେଖାଯିବ। ହାରାହାରି ୧୨ ଦିନରେ ଏହି ପାଟି ଘା’ ଲକ୍ଷଣ ଦେଖିବାକୁ ମିଳିବ ବୋଲି ଗବେଷଣା ରିପୋର୍ଟରେ ଲେଖା ହୋଇଛି।

ଏପ୍ରିଲରେ ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଛଅଟି ଅଧିକ ଲକ୍ଷଣକୁ ଚିହ୍ନଟ କରିଥିଲା। ଯେଉଁଥିରେ ଡାଇରିଆ, ମୁଣ୍ଡ ବ୍ୟଥା ଏବଂ ବାନ୍ତି ହେବା ଭଳି ଲକ୍ଷଣ ସାମିଲ୍ ରହିଛି। ଅର୍ଥାତ୍ ଯେଉଁ ମାନଙ୍କ ପାଖରେ ଏହି ଲକ୍ଷଣ ଦେଖା ହେବ ସେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯିବ।

ଏବେ ସୁଦ୍ଧା କରୋନା ଲକ୍ଷଣ ବାବଦରେ ସିଡିସି ଦ୍ୱାରା ଜାରି ହୋଇଥିବା ଲକ୍ଷଣ ହେଲା ଜ୍ୱର କିମ୍ବା ଥଣ୍ଡା, କାଶ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ଥକ୍କା, ମାଂସପେଶୀରେ ଯନ୍ତ୍ରଣା,ମୁଣ୍ଡବିନ୍ଧା, ସ୍ୱାଦ କିମ୍ବା ଘ୍ରାଣ ଶକ୍ତି କମିବା, ଗଳା ଯନ୍ତ୍ରଣା, ସଂକ୍ରମଣ କିମ୍ବା ନାକ ପ୍ରବାହିତ ହେବା, ବାନ୍ତି ଏବଂ ଡାଇରିଆ।

The post କରୋନାର ନୂଆ ଲକ୍ଷଣ: ପାଟି ଘା’! appeared first on Odisha Reporter.



from Odisha Reporter https://ift.tt/32wW2XI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages