ଖୋର୍ଦ୍ଧା(ବଳରାମ ଲେଙ୍କା) ରାସ୍ତାରେ ଗାଡ଼ି ଅଟକାଇ ଟଙ୍କା ମାଗିବା ମହଙ୍ଗା ପଡ଼ିଲା। ଟଙ୍କା ମାଗୁଥିବା ପୁଲିସ୍ କର୍ମଚାରୀଙ୍କୁ ବହେ ଛେଚିଲେ ଉତ୍ତ୍ୟକ୍ତ ଲୋକେ। ଏନେଇ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧାର ତୋଟାପଡା ଛକରୁ।
ଗତ ଗୁରୁବାର ରାତିରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିର କିଛି ପୁଲିସ୍ କର୍ମଚାରୀ ସାଧା ପୋଷାକରେ ପୁଲିସ୍ ଭ୍ୟାନ୍ରେ ତୋଟାପଡ଼ା ଛକକୁ ଆସିଥିଲେ। ଏହାପରେ ସେହି ଛକ ଦେଇ ଯାଉଥିବା ଗାଡ଼ିକୁ ଅଟକାଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା। ଏହାକୁ ଗାଡ଼ି ଡ୍ରାଇଭରମାନେ ବିରୋଧ କରିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ବିରୋଧ କରିଥିଲେ। ଏହାପରେ ଉଭୟ ମିଶି ପୁଲିସ୍ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।
ଖବର ପାଇ ଫାଣ୍ଡି ଅଧିକାରୀ ଓ ଟାଉନ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପୁଲିସ୍ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ପୁଲିସ୍ କର୍ମଚାରୀମାନେ ମଦ ପିଇ ଟଙ୍କା ମାଗୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି।
The post ଗାଡ଼ି ଅଟକାଇ ଟଙ୍କା ମାଗୁଥିଲେ, ଛେଚିଲେ ଲୋକେ appeared first on Odisha Reporter.
from Odisha Reporter https://ift.tt/3fYNn4f
No comments:
Post a Comment