ଦିନକରେ ଚିହ୍ନଟ ହେଲେ ୭୧୮ ଆକ୍ରାନ୍ତ, ୧୬ ହଜାର ଟପିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ଦିନକରେ ଚିହ୍ନଟ ହେଲେ ୭୧୮ ଆକ୍ରାନ୍ତ, ୧୬ ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଥରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୨୪ ଜିଲ୍ଲାରୁ ନୂଆ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩୯ଟି ଲୋକାଲ୍‌ କେସ୍‌।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଜଣାଯାଇଛି।

ଗଞ୍ଜାମ ଜିଲ୍ଲାରୁ ୨୩୧, ଖୋର୍ଦ୍ଧାରୁ ୧୫୦, ମାଲକାନଗିରି ୫୪ , କଟକରୁ ୩୨, ,କେନ୍ଦୁଝର ଜିଲ୍ଲାରୁ ୨୮, କୋରାପୁଟରୁ ୨୭, ଝାରସୁଗୁଡ଼ା ଜିଲ୍ଲାରୁ ୨୪, ମୟୂରଭଞ୍ଜ ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାୟଗଡ଼ା ଜିଲ୍ଲାରୁ ୧୯, ଜଗତସିଂହପୁର ଜିଲ୍ଲାରୁ ୧୬, ନୟାଗଡ଼ ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୧୦ ,ବାଲେଶ୍ୱର, ଅନୁଗୁଳ ଜିଲ୍ଲାରୁ ୯ ଲେଖାଏ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାରୁ ୧୦, ପୁରୀ ଜିଲ୍ଲାରୁ ୯, ସମ୍ବଲପୁର, କନ୍ଧମାଳ ଜିଲ୍ଲାରୁ ୭ ଲେଖାଏ , ଢେଙ୍କାନାଳ ଜିଲ୍ଲାରୁ ୬,  ସୋନପୁର ଜିଲ୍ଲାରୁ ୫, ବରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏ, ନଗରଙ୍ଗପୁର ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬,୧୧୦ରେ ପହଞ୍ଚିଥିବା ବେଳେ ୧୦,୮୭୭ ଜଣ ସୁସ୍ଥ ହୋଇ ସାରିଲେଣି। ୫୧୨୪ଟି ଆକ୍ଟିଭ କେସ୍‌ ଥିବା ବେଳେ ସେମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

The post ଦିନକରେ ଚିହ୍ନଟ ହେଲେ ୭୧୮ ଆକ୍ରାନ୍ତ, ୧୬ ହଜାର ଟପିଲା ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3fCI0ap

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages