ଢେଙ୍କାନାଳ (ରାଜଶ୍ରୀ ଶତପଥି): ଢେଙ୍କାନାଳ ଜିଲ୍ଲା ଅଁଳାବେରେଣୀ ରାସ୍ତା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱକୁ ପଛପଟୁ ଏକ କାର୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ମହିଳା ବୋଲି ଜଣାପଡ଼ିଛି। ତାଙ୍କ ନାଁ ଦମୟନ୍ତୀ ବେହେରା । ସେ ବଣାଇ ଅଞ୍ଚଳର। ଆହତ ଶିବ ପ୍ରସାଦ ଜେନା ଓ ତାଙ୍କ ଦୁଇ ଭାଣିଜିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ଦମୟନ୍ତୀ ନିଜ ଦୁଇ ଝିଅ ଓ ଭାଇ ଶିବ ପ୍ରସାଦଙ୍କ ସହ କାର୍ରେ ଭୁବନେଶ୍ୱରରୁ ବଣାଇ ଯାଉଥିଲେ। ଏହି ସମୟରେ ଅଁଳାବେରେଣୀ ରାସ୍ତାରେ ଠିଆ ହୋଇଥିବା ହାଇୱାକୁ ସେମାନଙ୍କ କାର୍ ପଛପଟୁ ଧକ୍କା ଦେଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦମୟନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶିବ ପ୍ରସାଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
The post ହାଇୱାକୁ ପଛପଟୁ ଧକ୍କା ଦେଲା କାର୍ appeared first on Odisha Reporter.
from Odisha Reporter https://ift.tt/3iJdHRo
No comments:
Post a Comment