ନୂଆଦିଲ୍ଲୀ: ଭରତର ସବୁଠାରୁ ଅଧିକ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ସାମୟିକ ଋଣ ଉପରେ ସୁଧ ହ୍ରାସ କରିଛି। ସାଧାରଣତଃ ଏସବିଆଇ ସାମୟିକ ଋଣ ବା କମ ସମୟ ପାଇଁ ଋଣ ଅଧିକ ପ୍ରଦାନ କରିଥାଏ।
ଏସବିଆଇ ତାହାର ମାର୍ଜିନାଲ କଷ୍ଟ ବେସ୍ ଲେଣ୍ଡିଙ୍ଗ ରେଟ୍ (ଏମସିଏଲଆର) ବା ସବୁଠାରୁ କମ ସୁଧ ସ୍ଥିର ଆଧାରରେ 5ରୁ10 ବେସିସ ପଏଣ୍ଟ ହ୍ରାସ କରିଛି। ଯାହା ଫଳରେ ସୁଧ ହାର ୬.୬୫%କୁ ଖସି ଆସିଛି। ଏହି ନୂଆ ନିୟମ ଜୁଲାଇ ୧୦ରୁ ଲାଗୁ କରାଯିବ।
ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହାକୁ ମିଶାଇ ୧୪ଥର ଏମସିଏଲଆରରେ ପରିବର୍ତ୍ତନ କରାଗଲାଣି। ଏହି ନୂଆ ସୁଧ ରେଟ କେବଳ ୩ ମାସ ପାଇଁ ନେଉଥିବା ଋଣ ନିମନ୍ତେ ଲାଗୁ ହେବ। ଏହା ଛଡ଼ା ଦୀର୍ଘ ମିଆଦୀ ଋଣର ସୁଧ ହାର ଅପରିବର୍ତ୍ତିତ ରହିବ। ସାମୟିକ ଋଣ ଉପରେ ଲାଗୁ ହେଉଥିବା ସୁଧ ହାର ବ୍ୟାଙ୍କର ସୁଧ ହାର ଠାରୁ କମ। ତେଣୁ ଅଧିକ ଲୋକ ଏହାର ଲାଭ ଉଠାଇ ପାରିବେ ବୋଲି ଏସବିଆଇ କହିଛି।
The post ସାମୟିକ ଋଣର ସୁଧ ହ୍ରାସ କଲା ଏସବିଆଇ appeared first on Odisha Reporter.
from Odisha Reporter https://ift.tt/2BRkXu0
No comments:
Post a Comment