ମାଲକାନଗିରି (ଜିତେନ୍ଦ୍ର ବେଉରା): ୭୦ ବର୍ଷର ଜଳବନ୍ଦୀ ଜୀବନ ପରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବକୁ ଗଡ଼ିଲା ସରକାରୀ ବସ୍।। ପୂର୍ବରୁ ସେଠାକାର ଲୋକଙ୍କ ପାଇଁ ବୋଟ ଥିଲା ଯାତାୟାତର ମୁଖ୍ୟ ମାଧ୍ୟମ। ତେବେ ଗତକାଲି ଠାରୁ ସେଠାକୁ ଏକ ସରକାରୀ ବସ୍ ସେବା ଆରମ୍ଭ କରାଯାଇଛି। ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲାପାଳ ମନୀଷ ଅଗ୍ରୱାଲ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।
ପୂର୍ବରୁ କେବେ ବି ମାଲକାନଗିରିରୁ ଯୋଡ଼ାଆମ୍ୱକୁ ସିଧାସଳଖ ବସ୍ ଯାତାୟାତ କରି ନଥିଲା। ତେବେ ଏହି ଅଞ୍ଚଳରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଥର ଏହି ବସ୍ ସେବା ଆରମ୍ଭ ହୋଇଛି। ପୂର୍ବରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ଥିବା ବେଳେ ରାଜ୍ୟ ସରକାର ନିଜର ଡ୍ରିମ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁ ନିର୍ମାଣ କରିବା ପରେ ସମୟ କ୍ରମେ ଯାନବାଇ, ଯୋଡ଼ାଆମ୍ବ ସହ ଅନେକ ଗାଁକୁ ସେତୁ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ହୋଇଛି । ପକ୍କା ସଡ଼କ ନିର୍ମାଣ ହେବାପରେ ଏହି ଅଞ୍ଚଳରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ହୋଇଛି। ଗତକାଲି ବସ୍ ଗଡ଼ିଲା ପରେ ଯୋଡ଼ାଆମ୍ବବାସୀ ବେଶ୍ ଖୁସି ହୋଇଛନ୍ତି।
ଚିତ୍ରକୋଣ୍ଡା ବିଧାୟକ କହିଛନ୍ତି, “୭୦ ବର୍ଷ ହେଲା ସ୍ୱାଭିମାନ ଅଞ୍ଚଳରେ ସରକାରୀ ବସ୍ ଚାଲି ନଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ପାଇଁ ବସ୍ ଗଡ଼ିଲା।”
The post ପ୍ରଥମ ଥର ପାଇଁ ଯୋଡ଼ାଆମ୍ୱକୁ ଗଡ଼ିଲା ବସ୍ appeared first on Odisha Reporter.
from Odisha Reporter https://ift.tt/3gMWqF9
No comments:
Post a Comment