ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 10, 2020

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ସାଉଥହମ୍ପଟନ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟର ଇଂଲଣ୍ଡ ସାମାନ୍ୟ ବ୍ୟାକଫୁଟ୍‌ରେ ରହିଛି। ଭ୍ରମଣକାରୀ ଇଣ୍ଡିଜ୍‌ ଟିମ୍‌ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଘରୋଇ ଟିମ୍‌କୁ ଚାପରେ ରଖିବାରେ ସକ୍ଷମ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ୨୦୪ରେ ସୀମିତ ରଖିଥିବା ଇଣ୍ଡିଜ୍‌ ଟିମ୍‌ ତା’ର ପ୍ରଥମ ଇନିଂସ୍‌ରେ ୩୧୮ ରନ୍‌ କରିଛି।

ଏହାର ଜବାବରେ ଇଂଲଣ୍ଡ ଶୁକ୍ରବାର ତା’ର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଟିମ୍‌ ଇଂଲଣ୍ଡ ବିନା କୌଣସି କ୍ଷତିରେ ୧୫ ରନ୍‌ କରିଛି। ଦଳର ଦୁଇ ଓପନର ଆର ବ୍ରୁନ୍ସ ୧୦ ଓ ଡୋମିନିକ ସିବଲେ ୫ ରନ୍‌ କରି ଅପରାଜିତ ରହିଛନ୍ତି।

ଇଂଲଣ୍ଡ ଏବେ ବି ଇଣ୍ଡିଜର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୯୯ ରନ୍‌ ପଛରେ ରହିଛି। ଦଳ ପାଖରେ ୧୦ଟି ୱିକେଟ ଥିବାରୁ ବଡ଼ ଟାର୍ଗେଟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ।

ଇଣ୍ଡିଜ୍‌ ଦ୍ୱିତୀୟ ଦିନ ଶେଷ ବେଳକୁ ଗୋଟିଏ ୱିକେଟ ହରାଇ ୫୭ ରନ୍‌ କରିଥିଲା। ତୃତୀୟ ଦିବସରେ ଦୁଇ ଅପରାଜିତ ବ୍ୟାଟସମ୍ୟାନ ଶାଇ ହୋପ ଓ କ୍ରେଗ ବ୍ରାଥୱେଟ ଇନିଂସ୍‌ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୧୦୨ ଥିବା ବେଳେ ହୋପ ୧୬ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।

ତେବେ ବ୍ରାଥୱେଟ ନିଜର ଅର୍ଦ୍ଧଶତକ ହାସଲ କରି ବ୍ରୁକ୍ସଙ୍କ ସହ ୩୮ ରନ୍‌ର ଭାଗିଦାରୀ କରିଥିଲେ। ବ୍ୟକ୍ତିଗତ ୬୫ ରନ୍‌ରେ ବ୍ୟାଟିଂ କରୁଥିବା ବ୍ରାଥୱେଟଙ୍କୁ ଇଂଲଣ୍ଡ ଟିମ୍‌ର କାମଚଳା ଅଧିନାୟକ ବେନ୍‌ ଷ୍ଟୋକ୍ସ ଏଲବିଡବ୍ଲ୍ୟୁ କରିଦେଇଥିଲେ। ଦଳୀୟ ସ୍କୋର ୧୭୩ରେ ବ୍ରୁକ୍ସ(୩୯) ଓ ୧୮୬ ରନ୍‌ରେ ବ୍ଲାକଉଡ୍‌(୧୨) ଆଉଟ ହୋଇ ଦଳ ଉପରେ ଚାପ ସୃଷ୍ଟି କରିଥିଲେ।

କିନ୍ତୁ ୱିକେଟ କିପର ଡ୍ୱରିଚ୍‌ ଓ ରୋଷ୍ଟନ ଚେଜ୍‌ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୬ଷ୍ଠ ୱିକେଟ ପାଇଁ ୮୧ ରନ୍‌ର ଭାଗିଦାରୀ କରିଥିଲେ। ଏହି ଯୋଡ଼ିକୁ ଜେମ୍ସ ଆଣ୍ଡରସନ ଭାଙ୍ଗିଥିଲେ। ସେ ୪୭ ରନ୍‌ କରିଥିବା ଚେଜ୍‌କୁ ଆଉଟ କରି ଇଣ୍ଡିଜ୍‌କୁ ବଡ଼ ଝଟକା ଦେଇଥିଲେ।

ହେଲେ ଡ୍ୱରିଚ୍‌ ନିଜର ଅର୍ଦ୍ଧଶତକ ହାସଲ କରିଥିଲା। ଶେଷରେ ସେ ୬୧ ରନ୍‌ କରି ଷ୍ଟୋକ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହୋଲ୍ଡର ୫, ଆଲଜେରିଆ ଯୋଜେଫ ୧୮, ଗାବ୍ରିଲଏ ୪ ରନ୍‌ କରି ସମସ୍ତଙ୍କୁ ନିରାଶ କରିଛନ୍ତି। ଗାବ୍ରିଏଲ ଶେଷ ବ୍ୟାଟସମ୍ୟାନ ଭାବେ ମାର୍କ ଉଡ୍‌ଙ୍କ ଶିକାର ହୋଇଥିଲେ।

ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ୪ଟି ୱିକେଟ ନେଇଥିବା ବେଳେ ଆଣ୍ଡରସନ ୩ଟି, ଡମ ବେସ୍‌ ୨ଟି ଓ ଉଡ୍‌ ଗୋଟିଏ ୱିକେଟ ନେଇଛନ୍ତି।

The post ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ appeared first on Odisha Reporter.



from Odisha Reporter https://ift.tt/2ZhQChb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages