ଗାଁରେ ବୁଲୁଥିଲେ କରୋନା ପଜିଟିଭ, ଚିହ୍ନଟ ପରେ ତୁମୁଳ କାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 23, 2020

ଗାଁରେ ବୁଲୁଥିଲେ କରୋନା ପଜିଟିଭ, ଚିହ୍ନଟ ପରେ ତୁମୁଳ କାଣ୍ଡ

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ନିର୍ଦ୍ଦିଷ୍ଟ ସମୟସୀମା ସରିବା ଆଗରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ପଳାଇ ଆସିଲେ।  ଗାଁରେ ବୁଲିଲେ, ଭୋଜିଭାତ ଖାଇଲେ। ଏହାପରେ କରୋନା ପଜିଟିଭ ଚିହ୍ନଟ ହୋଇ ମେଡିକାଲ ଗଲେ। ଏପରି ଘଟଣାକୁ ନେଇ  ପୁରୀ ଜିଲ୍ଲା ନିସିଭଅଁର ଗାଁରେ ଆରମ୍ଭ ହୋଇଛି ତୁମୁଳକାଣ୍ଡ। ଏହାକୁ କେନ୍ଦ୍ର କରି ଗାଁର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ବୋମାମାଡ଼ ମଧ୍ୟ ହୋଇଛି। ଏଥିରେ ଗାଁର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ,  ନିସିଭଅଁର ଗାଁର ଜଣେ ଯୁବକ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ମାତ୍ର କ୍ୱାରେଣ୍ଟାଇନ୍‌ ଅବଧି ସରିବାର ୩ ଦିନ ପୂର୍ବରୁ ଗାଁକୁ ଆସି ବୁଲିବା ସହ ଭୋଜିଭାତ କରିଥିଲେ। ଏହାପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଗତକାଲି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଗାଁରେ ୨ ଗୋଷ୍ଠୀ ମଧ୍ୟରେ ଦେଖାଦେଇଛି ବିବାଦ।

ଏହାପରେ ଗତକାଲି ଗାଁର ଜଣେ ବ୍ୟକ୍ତି ଅନ୍ୟ ଗାଁରେ ଥିବା ନିଜ ବନ୍ଧୁ ଘରକୁ ଯାଇଥିଲେ। ତମ ଗାଁରେ କରୋନା ଆକ୍ରାନ୍ତ ବାହାରିଥିବା ବେଳେ ତୁମେ କିପରି ଆମ ଗାଁକୁ ଆସିଛ କହି ଉକ୍ତ ଗାଁ ଲୋକେ ତାଙ୍କୁ ଗାଁରେ ପୂରାଇ ଦେଇ ନ ଥିଲେ। ବ୍ୟକ୍ତିଜଣକ ଗାଁକୁ ଫେରି ଏ ସମ୍ପର୍କରେ ଗ୍ରାମବାସୀଙ୍କୁ କହିଥିଲେ। ଏହାପରେ ଗାଁରେ ଉତ୍ତେଜନା ଦେଖାଦେବା ସହ ବୋମାମାଡ଼ ହୋଇଥିଲା। ଏଥିରେ ବିଚିତ୍ର ପ୍ରଧାନ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି।

ପୁଲିସ୍‌ ଆଜି ସକାଳ ସୁଦ୍ଧା ପହଞ୍ଚି ନାହିଁ। ଏବେ ବି ଉତ୍ତେଜନା ଥମି ନ ଥିବା ବେଳେ ପୁଲିସ୍‌ ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିବ ବୋଲି ଜଣାଯାଇଛି।

The post ଗାଁରେ ବୁଲୁଥିଲେ କରୋନା ପଜିଟିଭ, ଚିହ୍ନଟ ପରେ ତୁମୁଳ କାଣ୍ଡ appeared first on Odisha Reporter.



from Odisha Reporter https://ift.tt/30LqqLe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages