କରୋନାକୁ ହରାଇଲେ ୯୫ ବର୍ଷୀୟ ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

କରୋନାକୁ ହରାଇଲେ ୯୫ ବର୍ଷୀୟ ବୃଦ୍ଧ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) : କରୋନାକୁ ହରାଇ ଜୀବନ ଯୁଦ୍ଧରେ ଜିତିଗଲେ ୯୫ ବର୍ଷୀୟ ବୃଦ୍ଧ। ଯେଉଁଠି ଖୁବ୍‌ କମ୍‌ ବୟସର ଯୁବକଯୁବତୀ  କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜୁଛନ୍ତି ସେପରି କ୍ଷେତ୍ରରେ ଜଣେ ୯୫ ବର୍ଷୀୟ ବୃଦ୍ଧ କରୋନା କବଳରୁ ମୁକୁଳି ଆସିବା କୌଣସି ଚମତ୍କାରଠୁ କମ୍‌ ନୁହେଁ। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

ଜିଲ୍ଲାର ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ। କରୋନାରେ ଆକ୍ରାନ୍ତ ହୋଇ ଟାଟା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଗତ ୧୮ ତାରିଖରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଉଦୟନାଥ ସୁସ୍ଥ ହେବା ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି।  କରୋନାକୁ ହରାଇଥିବାରୁ ଉଦୟନାଥଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ଜିଲ୍ଲାପାଳ।

କେବଳ ଉଦୟନାଥ ନୁହନ୍ତି, କିଛି ଦିନ ପୂର୍ବେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିଲେ ୮୧ ବର୍ଷୀୟ ଗୋପୀନାଥ ଡାକୁଆ । ଗୋପୀନାଥଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆରେ।  କରୋନା ଭୂତାଣୁ ଚିହ୍ନଟ ହେବା ପରେ ସେ ସୁସ୍ଥ ହେବା ନେଇ ପରିବାର ଲୋକେ ଆଶା ଛାଡ଼ି ଦେଇଥିଲେ। ହେଲେ କରୋନାକୁ ହରାଇ ଏହି ଯୁଦ୍ଧ ଜିତିଗଲେ ଗୋପୀନାଥ ଡାକୁଆ।

କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତକ ସଂଖ୍ୟା ମଧ୍ୟ ସେଥିରେ ତାଳ ଦେଉଛି।  ମୃତକଙ୍କ ମଧ୍ୟରେ ବୃଦ୍ଧ, ବୃଦ୍ଧା ତଥା ରୋଗୀ ଥିବା ବେଳେ ଖୁବ୍‌ କର୍ମ ବୟସର ଆକ୍ରାନ୍ତ ମଧ୍ୟ କରୋନାରେ ଆଖି ବୁଜୁଛନ୍ତି । ଯାହାକି ଚିନ୍ତାର କାରଣ ପାଲଟିଛି।

ଗଞ୍ଜାମରେ କରୋନାର ହଟସ୍ପଟ ପାଲଟି ଯାଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ ରାଜ୍ୟର ସମୁଦାୟ ମୃତ୍ୟୁ ସଂଖ୍ୟାର ଅଧାରୁ ଅଧିକ। ସମଗ୍ର ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମରେ ୫୯ ଜଣ କରୋନା ଆକ୍ରାନ୍ତ ଆଖି ବୁଜି ସାରିଲେଣି।

The post କରୋନାକୁ ହରାଇଲେ ୯୫ ବର୍ଷୀୟ ବୃଦ୍ଧ appeared first on Odisha Reporter.



from Odisha Reporter https://ift.tt/2CPXQQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages