ଆଜିଠୁ ସମ୍ବଲପୁର ଶଟଡାଉନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ଆଜିଠୁ ସମ୍ବଲପୁର ଶଟଡାଉନ୍

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଜିଠୁ ୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲା ଶଟଡାଉନ୍‌ ରହିବ। କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ୨୨ରୁ ୨୫ ତାରିଖ ଯାଏ ପ୍ରଥମ ଦଫା ଓ ୨୬ ରୁ ୩୧ ତାରିଖ ଦ୍ୱିତୀୟ ଦଫା ଶଟଡାଉନ୍‌ କରାଯିବ ।

ଶଟଡାଉନ୍‌ ସମୟରେ ଜିଲ୍ଲା ଭିତରେ ଗମନାଗମନ ସହ ଦୋକାନ ବଜାର ବନ୍ଦ ରହିବ । ଏଥିସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ।

କିଛି ଦିନ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏହି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪ରେ ପହଞ୍ଚିଥିବା ବେଳେ ୧୧୨ ଜଣ ସୁସ୍ଥ ହେଲେଣି । ଆକ୍ଟିଭ କେସ୍ ହେଲା ୮୨ । ପରିସ୍ଥିତି ସଂଗୀନ ହେବା ଆଗରୁ ତାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ ଶଟଡାଉନ୍‌  ଘୋଷଣା କରାଯାଇଛି  ।

The post ଆଜିଠୁ ସମ୍ବଲପୁର ଶଟଡାଉନ୍ appeared first on Odisha Reporter.



from Odisha Reporter https://ift.tt/32HN8Xq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages