ନୂଆଦିଲ୍ଲୀ: ଇଣ୍ଟରନେଟରେ ଅନେକ ମଜାଳିଆ ଭିଡିଓ ରହିଛି। ଆପଣ ଅନେକ ସମୟରେ ଜୀବଜନ୍ତୁଙ୍କର କିଛି ରୋଚକ ଭିଡିଓ ଦେଖିଥିବେ। ଏହି ଭିଡିଓ ଗୁଡ଼ିକ କେବଳ ମନୋରଞ୍ଜନ କରେନାହିଁ ବରଂ ପୃଥିବୀର ବିଚିତ୍ରତାକୁ ଅନୁଭବ ମଧ୍ୟ କରାଏ।
କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ପଡ଼ିଆ ମଧ୍ୟକୁ କୁକୁର ପଶିଯିବାର ନଜିର ରହିଛି। ହେଲେ ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ ହୋଇଛି, ସେଥିରେ କଙ୍ଗାରୁ ମାନେ ରହିଛନ୍ତି। ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ କେମିତି ପଡ଼ିଆ ମଧ୍ୟକୁ କଙ୍ଗାରୁମାନେ ପ୍ରବେଶ କରିଥିଲେ ଓ ଏହା ପରେ କ’ଣ ହୋଇଥିଲା, ତା’ର ଦୃଶ୍ୟ ସାମ୍ନାକୁ ଆସିଛି। ଆପଣ ଏପରି ଭିଡିଓ ଆଗରୁ ଦେଖିନଥିବେ। ଭିଡିଓଟି ଅଷ୍ଟ୍ରେଲିଆର ବୋଲି ଜଣାପଡ଼ିଛି।
"Put him in the ruck!"
Community footy is back in New South Wales and the locals are…jumping…for joy 🦘 #AFL
🎥: Sharri Castellari pic.twitter.com/dNA0VMMZC4
— AFL (@AFL) July 18, 2020
ଅଷ୍ଟ୍ରେଲିଆର ନିୟୁ ସାଉଥ୍ ୱେଲ୍ସରେ ଏଏଫଏଲ ବା ଅଷ୍ଟ୍ରେଲିଆନ ଫୁଟବଲ ଲିଗ ଚିଲିଥିବା ବେଳେ ଦୁଇଟି କଙ୍ଗାରୁ ଫିଲ୍ଡ ମଧ୍ୟକୁ ପଶିଯିବାର ଦେଖାଯାଉଛି। ଏହାପରେ ଖେଳ ବାଧାପ୍ରାପ୍ତ ହେବା ସହ ଖେଳାଳିମାନେ ସେମାନଙ୍କୁ ଘଉଡ଼ାଇବାକୁ ପ୍ରୟାସ କରୁଛନ୍ତି। ଅଷ୍ଟ୍ରେଲିଆନ ଫୁଟବଲ ଲିଗ ତା’ର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓଟିକୁ ଶେୟାର କରିଛି। ଏହାର କ୍ୟାପସନରେ ଲେଖାଯାଇଛି ଯେ ‘ପୁଟ ହିମ୍ ଇନ ଦ ରକ୍।’
ତେବେ ଭିଡିଓଟି ଶେୟାର ହେବା ପରେ ଭାଇରାଲ ହୋଇଛି। ଏପର୍ଯ୍ୟନ୍ତ ୪୫ ହଜାରରୁ ଅଧିକ ଲୋକ ଏହି ଭିଡିଓଟିକୁ ଦେଖିସାରିଲେଣି ।
The post ଫୁଟବଲ ମ୍ୟାଚ୍ ବେଳେ ପଡ଼ିଆରେ ପଶିଗଲେ କଙ୍ଗାରୁ, ଆଉ ତା’ ପରେ… appeared first on Odisha Reporter.
from Odisha Reporter https://ift.tt/3hn6l4R
No comments:
Post a Comment