ଅନ୍ଧ ବିଶ୍ୱାସର କରୁଣ ପରିଣତି; ମହିଳାଙ୍କ ସହ ଏପରି କଲା ଗୁଣିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଅନ୍ଧ ବିଶ୍ୱାସର କରୁଣ ପରିଣତି; ମହିଳାଙ୍କ ସହ ଏପରି କଲା ଗୁଣିଆ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଅନ୍ଧବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି। ଗୁଣିଆ ମାଡ଼ରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଭୂତ ଲାଗିଥିବା କହି ଗୁଣିଆଜଣକ ମହିଳାଙ୍କୁ ନିଆଁର ଝାସ ଦେବା ସହ  ଘୁଷୁରୀ ବିଷ୍ଠା ଖୁଆଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମାଲକାନଗିରି ବ୍ଲକର ଏମଭି – ୬ ଗାଁର  ଜଣେ ମହିଳା ଗତ ୭ ଦିନ ତଳେ ଅସୁସ୍ଥ ଅନୁଭବ କରିଥିଲେ। ତେବେ ପରିବାର ଲୋକେ ତାଙ୍କୁ ଭୂତ ଲାଗିଥିବା ନେଇ ସଦେହ କରିଥିଲେ। କାରଣ ଗତ ତିନି ମାସ ତଳେ ତାଙ୍କର ଜଣେ ସଂପର୍କୀୟ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଆଉ ସେ ମୃତ ମହିଳାଙ୍କ ଘରକୁ ଯାଇଥିଲେ। ତେବେ ତାଙ୍କ ଘରୁ ସେ ଫେରିବା ପରେ ଅସୁସ୍ଥ  ହୋଇପଡିଥିଲେ। ହଠାତ୍ ତାଙ୍କ  ଦେହ ଖରାପ ହେବାରୁ  ମୃତ ମହିଳାଙ୍କ ଆତ୍ମା ତାଙ୍କ ଦେହରେ ଆସିଥିବା ନେଇ ପରିବାର ଲୋକେ ସନ୍ଦେହ କରିଥିଲେ। ଏହାପରେ ସେମାନେ ଗୁଣିଆକୁ ଡାକି ଭୂତ ଘୋଉଡାଇବାର ବ୍ୟବସ୍ଥା କରିଥିଲେ। ଗୁଣିଆ ଜଣକ ମହିଳାଙ୍କୁ ନିସ୍ତୁକ ମାଡ ମାରିବା ସହ ମୁହଁରେ ନିଆଁର ଝାସ ଦେଇଥିଲା। ଏପରିକି ଭୂତ ନ ଛାଡ଼ିବାରୁ  ଗୁଣିଆ ଘୁଷୁରି ବିଷ୍ଠା ଆଣି  ତାଙ୍କୁ ଖୁଆଇ ଦେଇଥିବା ଅଭିଯୋଗ ହୋଇଛି।

ତେବେ ନିଆଁ ଝାସରେ ସମ୍ପୃକ୍ତ ମହିଳାଙ୍କ ମୁହଁ ପୋଡିଯାଇଥିବା ବେଳେ ତାଙ୍କ ସଂପୂର୍ଣ୍ଣ ଶରୀର କ୍ଷତବିକ୍ଷତ ହୋଇଯାଇଛି। ଏହି ଘଟଣାର ସମ୍ପର୍କରେ ଜାଣିବା ପରେ ଗତକାଲି ଆଶା ଦିଦି  ଓ ଅଙ୍ଗନବାଡି ଦିଦି ଏବଂ ସ୍ୱାସ୍ଥ୍ୟ କର୍ମୀ  ପହଞ୍ଚି ତାଙ୍କ ପରିବାରକୁ ବୁଝାଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତ ମାସକ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି। ଦିନକୁ ଦିନ ଜିଲ୍ଲାରେ ଗୁଣି ଗାରେଡିକୁ ନେଇ ଅନ୍ଧବିଶ୍ୱାସ ବଢୁଥିବା ବେଳେ ପ୍ରଶାସନ ତରଫରୁ କୌଣସି ସଚେତନତାମୂଳକ ପଦକ୍ଷେପ ଗ୍ରହଣ  କରାଯାଉ ନଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

The post ଅନ୍ଧ ବିଶ୍ୱାସର କରୁଣ ପରିଣତି; ମହିଳାଙ୍କ ସହ ଏପରି କଲା ଗୁଣିଆ appeared first on Odisha Reporter.



from Odisha Reporter https://ift.tt/3jndaVx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages