ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଅଭିନେତ୍ରୀ ତମନ୍ନା ବ୍ୟାସ୍ଙ୍କୁ ମିଳିଛି ଏକ ତେଲୁଗୁ ଫିଲ୍ମ। ଏନେଇ ତମନ୍ନା ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଫିଲ୍ମଟିର ନାଁ ‘ଭ୍ୟେ ଶୁଭମୁଲୁ କଲୁଗୁ ନେକୁ’। ନିକଟରେ ଫିଲ୍ମର ମହୁରତ ସରି ଶୁଟିଂ ଆରମ୍ଭ ହୋଇଛି। ଇନ୍ଷ୍ଟାଗ୍ରାମରେ ମହୁରତର ଫଟୋ ଶେଆର କରି ତମନ୍ନା ଲେଖିଛନ୍ତି, ‘ନୂଆ ଯାତ୍ରା, ନୂତନ ଆରମ୍ଭ। ସମସ୍ତଙ୍କର ଆଶୀର୍ବାଦ ଚାହୁଁଛି।’
ତମନ୍ନାଙ୍କ ଏହି ପୋଷ୍ଟ ଦେଖି ତାଙ୍କ ପ୍ରଶଂସକମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି। କିଛି ଲୋକ ତମନ୍ନା ଜଣେ ଦକ୍ଷ ଅଭିନେତ୍ରୀ ଓ ସେ ସାଉଥି ଫିଲ୍ମରେ କାମ କରି ସଫଳ ହୋଇପାରିବେ ବୋଲି କହିଛନ୍ତି। ଆଉ କିଛି ପ୍ରଶଂସକ ସେ ସାଉଥିରେ କାମ କରି ଆହୁରି ଅଧିକ ନାଁ କରନ୍ତୁ ଏବଂ ଓଡ଼ିଶା ନାଁକୁ ଏମିତି ଆଗକୁ ନେଇ ଯାଆନ୍ତୁ ବୋଲି କମେଣ୍ଟ କରିଛନ୍ତି।
କେବଳ ପ୍ରଶଂସକମାନେ ନୁହନ୍ତି, ଓଲିଉଡ୍ କଳାକାର ମାନେ ମଧ୍ୟ ତମନ୍ନାଙ୍କୁ ତାଙ୍କ ସାଉଥ୍ ପ୍ରୋଜେକ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ‘ବ୍ଲାକ୍ମେଲ୍’, ‘ପ୍ରେମ୍ କୁମାର’ , ‘ଗୋଲ୍ମାଲ୍ ଲଭ୍’, ‘ଜୋକର୍’, ‘ଭାଇନା କଣ କଲା ସେ’ ଆଦି ଫିଲ୍ମରେ କାମ କରିଛନ୍ତି ତମନ୍ନା। ନିକଟରେ ତରଙ୍ଗ ପ୍ଲସ୍ରେ ଷ୍ଟ୍ରିମିଂ କରୁଥିବା ୱେବ୍ ସିରିଜ୍ ‘ଚୁମ୍ବକ’ରେ ତାଙ୍କୁ ଲିଡ୍ ରୋଲ୍ରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ ଦିବ୍ୟା ଦିଶା ମହାନ୍ତି।
The post ତେଲୁଗୁ ଫିଲ୍ମରେ ତମନ୍ନା appeared first on Odisha Reporter.
from Odisha Reporter https://ift.tt/3gg7Xgv
No comments:
Post a Comment