ଗୁଳିମାଡ଼ରେ ଆହତ ସାମ୍ବାଦିକ ଶେଷରେ ଆଖି ବୁଜିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ଗୁଳିମାଡ଼ରେ ଆହତ ସାମ୍ବାଦିକ ଶେଷରେ ଆଖି ବୁଜିଲେ

ଗାଜିଆବାଦ: ଗାଜିଆବାଦରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହୋଇଥିବା ଉତ୍ତର ପ୍ରଦେଶ ସାମ୍ବାଦିକ ବିକ୍ରମ ଯୋଶୀ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସୋମବାର ରାତିରେ ତାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିବା ସହ ଗୁଳିମାଡ଼ କରିଥିଲେ।

ଗୁଳିମାଡ଼ ବେଳେ ବିକ୍ରମଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ରହିଥିଲେ। ସୋମବାର ରାତି ପ୍ରାୟ ୧୦.୩୦ରେ ବାଇକ ଯୋଗେ ଦୁଇ ଝିଅଙ୍କୁ ନେଇ ଯାଉଥିବା ବିକ୍ରମଙ୍କୁ ବିଜୟ ନଗର ଅଞ୍ଚଳରେ କିଛି ଦୁର୍ବୃତ୍ତ ପ୍ରଥମେ ଘେରିଯାଇ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ସେମାନେ ବିକ୍ରମଙ୍କ ମୁଣ୍ଡକୁ ଗୁଳି କରିଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା।

ହେଲେ ଆଜି ସକାଳେ ସେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ବିକ୍ରମଙ୍କ ଉପରେ ହୋଇଥିବା ଆକ୍ରମଣର ପୂରା ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଏହି ଘଟଣାରେ ପୁଲିସ୍‌ ୯ ଜଣଙ୍କୁ ଗିରଫ କରିଛି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ ୨ ଜଣ ପୁଲିସ୍‌ କର୍ମଚାରୀ ବି ନିଲମ୍ବିତ ହୋଇଛନ୍ତି।

ତେବେ ବିକ୍ରମଙ୍କ ଉପରେ କାହିଁକି ଆକ୍ରମଣ କାଯାଇଥିଲା, ସେକଥା ଏଯାଏ ପୁଲିସ୍‌ ଜାଣିବାକୁ ସକ୍ଷମ ହୋଇନାହିଁ। କିନ୍ତୁ ୪ ଦିନ ତଳେ ବିକ୍ରମ ତାଙ୍କ ଭାଣଜୀଙ୍କୁ କିଛି ଯୁବକ ହଇରାଣ କରୁଥିବା ନେଇ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇଁ ତାଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

The post ଗୁଳିମାଡ଼ରେ ଆହତ ସାମ୍ବାଦିକ ଶେଷରେ ଆଖି ବୁଜିଲେ appeared first on Odisha Reporter.



from Odisha Reporter https://ift.tt/3eOQp9Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages