ବ୍ରହ୍ମପୁର ଲକ୍‌ଡାଉନ୍‌; ହେଲେ ରାତିରେ ଗଡ଼ିବ ୨୨ ଅଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 21, 2020

ବ୍ରହ୍ମପୁର ଲକ୍‌ଡାଉନ୍‌; ହେଲେ ରାତିରେ ଗଡ଼ିବ ୨୨ ଅଟୋ

ବ୍ରହ୍ମପୁର(ଅଶୋକ ବ୍ରହ୍ମା):ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁ ଦିନ ଅଣାୟତ୍ତ ହେବାକୁ ଲାଗିଥିବା ବେଳେ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି। ଏହି ସମୟରେ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି।

ଏପରି ସ୍ଥିତିରେ ରାତିରେ ଜରୁରୀକାଳୀନ କାମ ପଡ଼ିଲେ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେଇଛି ବ୍ରହ୍ମପୁର ମହାନଗର ନିଗମ। ଲୋକଙ୍କୁ ଜରୁରିକାଳୀନ ସେବା ପ୍ରଦାନ ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ। ରାତ୍ରକାଳୀନ ୨୨ଟି ଅଟୋ ଗଡ଼ିବା ନେଇ BeMC ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରିଛି BeMC। ସଂପୃକ୍ତ ୨୨ ଅଟୋ ଡ୍ରାଇଭର ଓ ସେମାନଙ୍କ ଫୋନ୍ ନମ୍ବର ଜାରି ହୋଇଛି। କୌଣସି ଜରୁରୀ କାମ ପଡ଼ିଲେ ଫୋନ୍ କରି ସୁବିଧା ପାଇପାରିବେ ଲୋକେ।

 

The post ବ୍ରହ୍ମପୁର ଲକ୍‌ଡାଉନ୍‌; ହେଲେ ରାତିରେ ଗଡ଼ିବ ୨୨ ଅଟୋ appeared first on Odisha Reporter.



from Odisha Reporter https://ift.tt/2ZLTBhY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages