‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 8, 2020

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ବିଶ୍ୱର ସବୁଠୁ ବଡ଼ ଆୱାର୍ଡ଼ ଶୋ’ ‘ଓସ୍କାର ୨୦୨୧’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ପ୍ରସ୍ତୁତି ଭାରତ ପାଇଁ ଏକ ବଡ଼ ଖୁସି ଖବର ନେଇ ଆସିଛି। ପ୍ରକୃତରେ ‘ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ’ ନିକଟରେ ‘ଓସ୍କାର ପୁରସ୍କାର୨୦୨୧’ ଭୋଟିଂ ବୋର୍ଡ ପାଇଁ ଏକ ୮୦୦ ଜଣିଆ ସଦସ୍ୟମାନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପୂର୍ବରୁ ଆଲିଆ ଭଟ୍ଟ ଏବଂ ହ୍ରିତିକ ରୋଶନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା, ବର୍ତ୍ତମାନ ଏହି ତାଲିକାରେ ଭାରତର ଆଉ ତିନି ଜଣ ଫିଲ୍ମ ନିର୍ମାତାଙ୍କୁ ସାମିଲ କରାଯାଇଛି। ଏମାନେ ହେଉଛନ୍ତି, ନିଷ୍ଠା ଜୈନ୍, ଶର୍ଲି ଅବ୍ରହାମ ଏବଂ ଅମିତ ମଧେସିଆ।

ନିଷ୍ଠା ଜୈନ୍ ଜଣେ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ସେ ‘ଗୁଲାବି ଗ୍ୟାଙ୍ଗ’, ‘ଲକ୍ଷ୍ମୀ ଆଣ୍ଡ ମି’, ‘ସିଟି ଅଫ୍ ଫଟୋଜ୍’, ‘ଫ୍ୟାମିଲି ଆଲବମ୍’ ଏବଂ ‘ଆଟ ମାଇ ମୋ ଡୋରଷ୍ଟେପ’ ଭଳି ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛନ୍ତି। ୨୦୧୪ରେ ‘ଗୁଲାବି ଗ୍ୟାଙ୍ଗ’ ଜାତୀୟ ପୁରସ୍କାର ପାଇଥିଲା। ସେ ଏପର୍ଯ୍ୟନ୍ତ ୨୫ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ଜିତିସାରିଛନ୍ତି। ୨୦୧୯ ରେ ସେ ତାଙ୍କର ପ୍ରଥମ ଫିଚର ଫିଲ୍ମ ‘ପ୍ରୁଫ୍’ର ନିର୍ଦ୍ଦେଶନା ବି ଦେଇଛନ୍ତି।

ଶର୍ଲି ଅବ୍ରହାମ ଓ ଅମିତ ମଧେସିଆ ଏକାଠି କାମ କରନ୍ତି ଏବଂ ସେମାନଙ୍କର ସବୁଠାରୁ ଲୋକପ୍ରିୟ ଡକ୍ୟୁମେଣ୍ଟାରୀ ଫିଲ୍ମ ହେଉଛି ‘ଦ ସିନେମା ଟ୍ରାଭେଲ୍ସ’। ଏପର୍ଯ୍ୟନ୍ତ ଏହି ଫିଲ୍ମକୁ ୧୨୦ରୁ ଅଧିକ ନୋମିନେଶନ୍ ଏବଂ ଜାତୀୟ ପୁରସ୍କାର ମିଳିସାରିଛି। ଜାତୀୟ ପୁରସ୍କାର ସହିତ ଏହି ଡକ୍ୟୁମେଣ୍ଟାରୀଟି କାନ୍ସ, ନ୍ୟୁୟର୍କ ଏବଂ ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ମନୋନୀତ ହୋଇଛି।

ସୂଚନାଯୋଗ୍ୟ, ପୂର୍ବବର୍ଷ ଓସ୍କାର ଦୌଡ଼ରେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ହିନ୍ଦୀ ଫିଚର୍‌ ଫିଲ୍ମ ‘ଦ ଲାଷ୍ଟ କଲର୍‌’ ଓ ବଲିଉଡ୍ ଫିଲ୍ମ ‘ଗଲି ବୟ’ ମନୋନିତ ହୋଇଥିଲା। ଅବଶ୍ୟ ପରେ ‘ଗଲି ବୟ’ ଏହି ତାଲିକାରୁ ବାଦ୍ ପଡ଼ିଯାଇଥିଲା।

The post ‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା appeared first on Odisha Reporter.



from Odisha Reporter https://ift.tt/3gy8Uk2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages