ରାୟଗଡ଼ାରେ କରୋନା କଟକଣା; ‍ବାହାର ଜିଲ୍ଲାରୁ ଗାଡ଼ି ଯାତାୟତ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 8, 2020

ରାୟଗଡ଼ାରେ କରୋନା କଟକଣା; ‍ବାହାର ଜିଲ୍ଲାରୁ ଗାଡ଼ି ଯାତାୟତ ମନା

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତକାଲି ଗଞ୍ଜାମରୁ ଆସିଥିବା  ଜଣେ ୮୦ ବର୍ଷର ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ରାୟଗଡ଼ାକୁ ବିଭିନ୍ନ ଜିଲ୍ଲାରୁ ଯାଉଥିବା ଯାନବାହନ ଚଳାଚଳ ଉପରେ କଡ଼ା କଟକଣା ଜାରି ହୋଇଛି।

ରାୟଗଡାକୁ ଗଞ୍ଜାମ, କଟକ ଓ ଭୁବନେଶ୍ୱର ଆଦି ସ୍ଥାନରୁ ଯା’ଆସ କରୁଥିବା ଯାନବାହନ ସମେତ ସରକାରୀ ଓ ଘରୋଇ ବସ୍ ଚଳାଚଳକୁ ନିଷିଦ୍ଧ କରାଯାଇଛି। ବିଶେଷ କରି ରାୟଗଡ଼ା ଜିଲ୍ଲାକୁ  ଗଞ୍ଜାମରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି। ଅତ୍ୟନ୍ତ ଜରୁରୀ କାମରେ ଗଞ୍ଜାମରୁ ରାୟଗଡ଼ ଜିଲ୍ଲାକୁ ଆସୁଥିବା ଲୋକେ ସବୁଡିଭିଜନ୍‌ ମାଜିଷ୍ଟ୍ରେଟ୍‌ଙ୍କଠାରୁ ଇ-ମେଲ୍‌ରେ ଉପଯୁକ୍ତ କାରଣ ଦର୍ଶାଇ ଆଗୁଆ ଅନୁମତି ନେବାକୁ କୁହାଯାଇଛି।  ଏହାର ଖିଲାପ କଲେ ସଂପୃକ୍ତ ବ୍ୟକ୍ତିଙ୍କୁ  ୭ ଦିନ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାରେ ସରାକରୀ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।

The post ରାୟଗଡ଼ାରେ କରୋନା କଟକଣା; ‍ବାହାର ଜିଲ୍ଲାରୁ ଗାଡ଼ି ଯାତାୟତ ମନା appeared first on Odisha Reporter.



from Odisha Reporter https://ift.tt/2AGjEgQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages