ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ତାଙ୍କୁ ଖରାପ ଭାବେ ଚିତ୍ରଣ କରାଯାଉଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏକ ଓଡ଼ିଆ ୱେବ୍ ଚ୍ୟାନେଲ୍ ବିରୋଧରେ ସେ ଥାନାରେ ମାନହାନୀ ମାମଲା ରୁଜୁ କରିଛନ୍ତି।
ଖାଲି ପ୍ରକୃତି ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ବି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି।
ନିଜ ଏତଲାରେ ପ୍ରକୃତି ଦର୍ଶାଇଛନ୍ତି ଯେ, ମୋତେ ଓ ମୋ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଏହା ଯୋଗୁ ମୁଁ ମାନସିକ ଭାରସାମ୍ୟ ହରାଇଛି। ଏହାସହ ମୋ ପ୍ରତିଷ୍ଠାରେ ଆଞ୍ଚ ଆସିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ସମାଲୋଚନାର ଶିକାର ହେଉଛନ୍ତି ପ୍ରକୃତି ମିଶ୍ର। ଯେଉଁଥିରେ ସେ ଓ ତାଙ୍କ ବନ୍ଧୁ ଥିବାବେଳେ ମଦ ବୋତଲ ଏବଂ ଗ୍ଲାସ୍ ବି ଥିଲା।
ଫଟୋଟି ଶେଆର କରି ପ୍ରକୃତି କ୍ୟାପସନ୍ରେ ଲେଖିଥିଲେ, ଯଦିଓ ଆମେ ଉଭୟଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିପାରିବାନି ତଥାପି ଆମେ ସମସ୍ୟା ସମୟରେ ପରସ୍ପର ସହ ରହି ତାକୁ ସାମ୍ନା କରିବାକୁ ପରସ୍ପରକୁ ସାହାସ ଯୋଗାଇପାରିବା। ମୋ ମତରେ ପ୍ରକୃତ ବନ୍ଧୁତାର ଏହି ଲକ୍ଷ ହେବା ଦରକାର। ସମତୁଲ, ସୁକ୍ଷ୍ମ ଏବଂ ସମୃଦ୍ଧ ଯେମିତି ମ୍ୟାକ୍ ଡୋଲସ୍ ନଂ୧।
ପ୍ରକୃତିଙ୍କର ଏହି ପୋଷ୍ଟରେ ଲୋକମାନେ ନାନା କମେଣ୍ଟ କରିଥିଲେ । କିଛି ଲୋକ`କହିଥିଲେ, ପ୍ରକୃତି ଜଣେ ଆଗଧାଡ଼ିର ନାୟିକା। ସେ ଏମିତି ସର୍ବସମ୍ମୁଖରେ ମଦ୍ୟପାନର ପ୍ରଚାର କରିବା ଅନୁଚିତ। ଆଉ କିଛି ଲୋକ କହିଥିଲେ, ପ୍ରକୃତି ଏମିତି କାମ କରି ତାଙ୍କ ବାପା ମନ୍ମଥ ମିଶ୍ରଙ୍କର ନାଁ ପକାଉଛନ୍ତି।
ସେହିପରି କିଛି ଲୋକ ‘ପ୍ରକୃତିଙ୍କର ଏହା ପ୍ରକୃତି ଛଡା କାମ’ ବୋଲି କହିଥିବା ବେଳେ କିଛି ଲୋକ ପ୍ରକୃତିଙ୍କର ବାପା ଭଜନ ଗାଉଛନ୍ତି ଆଉ ଝିଅ ମଦର ପ୍ରଚାର କରୁଛନ୍ତି ବୋଲି କହିଥିଲେ। ଏଥିପାଇଁ ତାଙ୍କୁ କେମିତି ଲାଜ ଲାଗୁନି ବୋଲି କମେଣ୍ଟ ବକ୍ସରେ ଲୋକେ ଲେଖିଥିଲେ।
The post ‘ଛବି ବିଗାଡ଼ୁଛି ସୋଶାଲ ମିଡିଆ’, ଏପରି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର appeared first on Odisha Reporter.
from Odisha Reporter https://ift.tt/30c2fXx
No comments:
Post a Comment