ଆଜିଠାରୁ ୪ ମାସ ଧରି ନିଦ୍ରା ଯିବେ ଶ୍ରୀହରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 30, 2020

ଆଜିଠାରୁ ୪ ମାସ ଧରି ନିଦ୍ରା ଯିବେ ଶ୍ରୀହରି

ପୁରୀ(ମଧୁସୂଦନ ମିଶ୍ର): ଆଜି ପବିତ୍ର ହରି ଶୟନ ଏକାଦଶୀ। ଆଜିଠାରୁ ୪ ମାସ ଧରି ଶ୍ରୀହରି ନିଦ୍ରା ଯିବେ। ଏହି ସମୟରେ ମାଙ୍ଗଳିକ କାର୍ଯ୍ୟ ହୋଇ ନଥାଏ।  ପ୍ରତିବର୍ଷ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରେ ହରିଶୟନ ଏକାଦଶୀ ନୀତି ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥାଏ। ତେବେ ଆଶ୍ଵିନ ମାସ ମଳ ପଡୁଥିବାରୁ ଆଷାଢ଼ ମାସ ଏକାଦଶୀ ପାଳନ ହୋଇଥିଲେ ୫ମାସ ହରି ଶୟନ କରିଥାନ୍ତେ। ତେଣୁ ଶ୍ରାବଣ ମାସ ଏକାଦଶୀରେ ପାଳନ କରାଯାଉଛି।

ଶ୍ରୀ ମନ୍ଦିରରେ ରାତି ସମୟରେ ଏହି ନୀତି ପାଳନ କରାଯିବ। ତିନି ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତୀଙ୍କୁ ରତ୍ନସିଂହାସନକୁ ବିଜେ କରିବେ। ଶ୍ରୀ ବଳଭ୍ରଦଙ୍କ ବାଡରେ ବାସୁଦେବ, ଦେବୀ ସୁଭ୍ରଦାଙ୍କ ବାଡରେ ଭୁବନେଶ୍ୱରୀ ଶ୍ରୀ ଜଗନ୍ନାଥଙ୍କ ବାଡରେ ଶ୍ରୀ ନାରାୟଣଙ୍କୁ ବିଜେ କରାଇବେ। କର୍ପୂର ଆଳତି ଏବଂ  ବଡଶୃଙ୍ଗାର ଭୋଗ କରାଯିବା ପରେ ଭଣ୍ଡାର ଦୁଆର ନିକଟ ଘରକୁ ଶୟନ ଠାକୁର ବିଜେ କରିବେ ଏବଂ ଶୟନ ନୀତି ଆରମ୍ଭ ହେବ।

The post ଆଜିଠାରୁ ୪ ମାସ ଧରି ନିଦ୍ରା ଯିବେ ଶ୍ରୀହରି appeared first on Odisha Reporter.



from Odisha Reporter https://ift.tt/3geOjkP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages