ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 24, 2020

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

ମାଞ୍ଚେଷ୍ଟର: କରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ ରୋମାଞ୍ଚ ଦେଖିବବାକୁ ମିଳିଛି। ଶୁକ୍ରବାର ଠାରୁ ମାଞ୍ଚେଷ୍ଟରରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବୋଲରଙ୍କ ସାମ୍ନା ନ କରିପାରି ଇଂଲଣ୍ଡ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ମଧ୍ୟକ୍ରମ ବ୍ୟାଟସମ୍ୟାନ ଓଲି ପୋପ ଓ ୱିକେଟ କିପର ବ୍ୟାଟସମ୍ୟାନ ଜୋଶ ବଟଲର ଜବରଦସ୍ତ ବ୍ୟାଟିଂ କରି ଇଂଲଣ୍ଡକୁ ସମ୍ମାନଜନକ ସ୍ଥିତରେ ପହଞ୍ଚାଇ ଦେଇଛନ୍ତି।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ପୋପ ୯୧ ଓ ବଟଲର ୫୬ ରନ୍‌ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ୨୫୮ ରନ୍‌ରେ ୪ ୱିକେଟ ହରାଇଛି। ଉଭୟ ୫ମ ୱିକେଟ ପାଇଁ ୧୩୬ ରନ୍‌ ଯୋଡ଼ି ଇଂଲଣ୍ଡକୁ ଭଲ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି।

ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍‌ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ଇଂଲଣ୍ଡ ଜିତିଥିଲା। ତେଣୁ ଏହି ମ୍ୟାଚଟି ସିରିଜ୍‌ ଡିସାଇଡର ହୋଇଯାଇଛି। ଦୀର୍ଘ ୩୨ ବର୍ଷ ପରେ ଇଂଲଣ୍ଡକୁ ତା’ରି ମାଟିରେ ମାତ୍‌ ଦେଇ ଇଣ୍ଡିଜ୍‌ ଇତିହାସ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି। ୧୯୮୮ ପରେ ଇଣ୍ଡିଜ୍‌ ଟିମ୍‌ କେବେ ହେଲେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିନାହିଁ।

ନିର୍ଣ୍ଣାୟକ ଟେଷ୍ଟରେ ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ମ୍ୟାଚ୍‌ର ପ୍ରଥମ ଓଭରରେ ହିଁ ଖାତା ଖୋଲିବା ଆଗରୁ ଡମ ସିବଲେ ଦ୍ରୁତ ବୋଲର କେମା ରୋଚଙ୍କ ଶିକାର ବନିଥିଲେ। ଅଧିନାୟକ ଜୋ ରୁଟ ଓନପର ରୋରି ବର୍ନସଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ନେଇଥିଲେ। କିନ୍ତୁ ସ୍କୋର ୪୭ରେ ଥିବା ବେଳେ ଜୋ ରୁଟ୍‌(୧୭) ଦୁର୍ଭାଗ୍ୟବଶତଃ ରନ୍‌ ଆଉଟ ହୋଇଯାଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଷ୍ଟୋକ୍ସ ବେଶ ସତର୍କତାର ସହ ନିଜର ଇଂନିସ ଆରମ୍ଭ କରିଥିଲେ। ହେଲେ ସେ ମାତ୍ର ୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। କେମାର ରୋଚ୍‌ଙ୍କ ବଲକୁ ବୁଝି ନ ପାରି ସେ ବୋଲ୍ଡ ହୋଇଯାଇଥିଲେ। ବର୍ନସ ଗୋଟିଏ ପଟେ ରହିଥିବା ବେଳେ ୯୨ ରନ୍‌ରେ ୩ଟି ୱିକେଟ ହରାଇବା ଇଂଲଣ୍ଡ ପାଇଁ ଚିନ୍ତାର କାରଣ ପାଲଟିଥିଲା।

କିନ୍ତୁ ୪ର୍ଥ ୱିକେଟ ପାଇଁ ବର୍ନସ ଓ ପୋପ୍‌ ଭଲ ବ୍ୟାଟିଂ କରିଥିଲେ। ବର୍ନସ ମଧ୍ୟ ନିଜର ୭ମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୨୨ ଥିବା ବେଳେ ରୋଷ୍ଟନ ଚେଜ୍‌ ୫୭ ରନ୍‌ କରିଥିବା ବର୍ନସଙ୍କୁ ରାଖିମ କର୍ଣ୍ଣୱାଲଙ୍କ ଦ୍ୱାରା କ୍ୟାଚ୍‌ କରାଇ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ଇଣ୍ଡିଜ୍‌ ଏହିଠାରୁ ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ହେଲେ ପୋପ ଓ ବଟଲର ସବୁ ଆଶାକୁ ପାଣିଚିଆ କରି ଦେଇଥିଲେ। ଉଭୟ ଦମଦାର ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ଦିନର ଖେଳ ଶେଷ ଯାଏ ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ।

The post ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର appeared first on Odisha Reporter.



from Odisha Reporter https://ift.tt/3jxxzYl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages