ଭୟଙ୍କର: ହାତୁଡ଼ିରେ ପିଟି ମହିଳା ଓ ୨ ପିଲାଙ୍କୁ ହତ୍ୟା, ସ୍ୱାମୀ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଭୟଙ୍କର: ହାତୁଡ଼ିରେ ପିଟି ମହିଳା ଓ ୨ ପିଲାଙ୍କୁ ହତ୍ୟା, ସ୍ୱାମୀ ନିଖୋଜ

ନୂଆଦିଲ୍ଲୀ: ଜଣେ ମହିଳା ଓ ତାଙ୍କର ଦୁଇ ଜଣ ପିଲାଙ୍କ ରକ୍ତଭଜା ମୃତଦେହ ଦିଲ୍ଲୀର ନିହାଲ ବିହାର ସ୍ଥିତ ଫ୍ଲାଟରୁ ପୁଲିସ୍‌ ଠାବ କରିଛି। ଏମାନଙ୍କୁ ହାତୁଡ଼ିରେ ପିଟି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପରେ ମହିଳାଙ୍କ ସ୍ୱାମୀ ନିଖୋଜ ହୋଇଯାଇଛନ୍ତି। ତେଣୁ ସେ ହିଁ ଏହି ହତ୍ୟାକାଣ୍ଡ ପଛରେ ରହିଥିବା ପୁଲିସ୍‌ ସନ୍ଦେହ କରୁଛି।

ପୁଲିସ୍‌ ଏବେ ୨୯ ବର୍ଷୀୟ ମହିଳା ପ୍ରୀତି ଓ ତାଙ୍କର ୯ ବର୍ଷର ପୁଅ ଏବଂ ୫ ବର୍ଷର ଝିଅର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରୀତିଙ୍କ ଶରୀରରେ ଏକାଧିକ କ୍ଷତି ଚିହ୍ନ ରହିଛି। ସେହିପରି ୯ ବର୍ଷର ପୁଅର ହାତ ଓ ଗୋଡ଼ ବନ୍ଧା ଯାଇଛି। ଝିଅଟି ବେଡ୍‌ରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି।

ମାତ୍ର ଗୋଟିଏ ମାସ ତଳେ ପ୍ରୀତିଙ୍କ ପରିବାର ଶିବପାର୍କ ଫ୍ଲାଟରେ ରହିବାକୁ ଆସିଥିଲେ। ଉକ୍ତ ଫ୍ଲାଟ ନିକଟରେ ପ୍ରୀତିଙ୍କ ବାପାମା’ ମଧ୍ୟ ରହୁଥିଲେ। ସେମାନେ କହିଛନ୍ତି, ପ୍ରୀତିର ସ୍ୱାମୀ ଗଗନ ସର୍ବଦା ମଦ ପିଉଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ମଧ୍ୟ ହେଉଥିଲା।

ଆମେ ପ୍ରୀତିକୁ ଫୋନ କରିଥିଲୁ। ହେଲେ ସେ ଫୋନର ଉତ୍ତର ଦେବାକୁ ଆମେ ତା’ ଘରେ ପହଞ୍ଚିଥିଲୁ। ହେଲେ ସମସ୍ତଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ ବୋଲି ସେମାନେ କହିଛନ୍ତି। ଗଗନ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଏବେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

The post ଭୟଙ୍କର: ହାତୁଡ଼ିରେ ପିଟି ମହିଳା ଓ ୨ ପିଲାଙ୍କୁ ହତ୍ୟା, ସ୍ୱାମୀ ନିଖୋଜ appeared first on Odisha Reporter.



from Odisha Reporter https://ift.tt/2WCtqIz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages