ଆଜିଠାରୁ ଏମ୍ସରେ କରୋନା ଟିକାର ମାନବ ପରୀକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 19, 2020

ଆଜିଠାରୁ ଏମ୍ସରେ କରୋନା ଟିକାର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ବେକାବୁ ହେଉଥିବା ବେଳେ ଏହାକୁ ମାତ୍‌ ଦେବାକୁ ସ୍ୱଦେଶୀ ଜ୍ଞାନକୌଶଳରେ ଟିକା ବାହାର କରାଯାଇଛି। ଏହି ଟିକାର ନାଁ କୋଭାକ୍ସିନ। ଆଜିଠାରୁ ଏହି କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ବା ମାନବ ପରୀକ୍ଷଣ ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ। ପ୍ରାୟ ୧୦୦ ଜଣ ଲୋକଙ୍କ ଉପରେ ଏହାର ପରୀକ୍ଷଣ ହେବ ବୋଲି ଜଣାପଡ଼ିଛି।

ଶନିବାର ଏମ୍ସର ଏଥିକ୍ସ କମିଟି କୋଭାକ୍ସିନର ଫେଜ-୧ ମାନବ ପରୀକ୍ଷଣ ପାଇଁ ମଞ୍ଜୁରୀ ଦେଇଥିଲା। ଟିକାର ପରୀକ୍ଷଣ ପାଇଁ ଅନୁମତି ମିଳିବା ପରେ ୧୦ ଘଣ୍ଟାରେ ହଜାରେରୁ ଅଧିକ ଲୋକ ଟିକାର ପରୀକ୍ଷଣରେ ନିଜକୁ ସାମିଲ କରିବା ପାଇଁ ପଞ୍ଜୀକରଣ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଏମ୍ସରେ ଥିବା ଲୋକଙ୍କୁ ହିଁ ଟିକାର ପରୀକ୍ଷଣରେ ସାମିଲ ହେବାକୁ ଅନୁମତି ମିଳିଛି।

୧୮ରୁ ୫୫ ବର୍ଷୀୟ ବୟସ୍କଙ୍କୁ ନେଇ ଏହି ପରୀକ୍ଷା କରାଯିବ। ଯେଉଁମାନଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ପ୍ରଥମେ ସେମାନଙ୍କର କରୋନା ଟେଷ୍ଟ କରାଯିବ। ଏଥିସହ ସେମାନଙ୍କର ରକ୍ତ, କିଡନୀ, ବିପି ଓ ହାର୍ଟ ମଧ୍ୟ ଚେକ୍‌ କରାଯିବ। ଏହାପରେ ହିଁ ସେମାନଙ୍କୁ ଟିକାର ଡୋଜ ଦିଆଯିବ।

ଭାରତ ବାୟୋଟେକ ଓ ଆଇସିଏମଆର ମିଳିତ ଭାବେ ଏହି କୋଭାକ୍ସିନ ଟିକାର ପ୍ରସ୍ତୁତ କରିଛନ୍ତି। ଦେଶର ୧୨ଟି ସ୍ଥାନରେ ଏହାର ହ୍ୟୁମାନ ଟ୍ରାଏଲ କରାଯାଉଛି। ବୁଧବାର ଠାରୁ ବିହାର ଓ ହରିଆଣାରେ ଏହାର ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ପୂରା ହ୍ୟୁମାନ ଟ୍ରାଏଲ ପ୍ରକ୍ରିୟାରେ ୩୭୫ ଜଣଙ୍କୁ ସାମିଲ କରାଯିବ।

ବିହାରର ପାଟନରେ ୧୦ ଜଣ ସଦସ୍ୟଙ୍କ ଉପରେ ଟିକାର ଡୋଜ ପ୍ରୟୋଗ କରାଯାଇଛି। ପରୀକ୍ଷାମୂଳକ ଭାବେ ଏମାନଙ୍କ ଉପରେ ଟିକାର ପ୍ରୟୋଗ କରାଯାଇଛି। ଦୁଇ ସପ୍ତାହ ପରେ ଟିକା ନେଇଥିବା ଲୋକଙ୍କର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଗଲା, ତା’ହେଲେ ଏହାକୁ ଅଧିକ ଲୋକଙ୍କ ଉପରେ ପ୍ରୟୋଗ କରାଯିବ ବୋଲି ପାଟନା ଏମ୍ସ ପକ୍ଷରୁ କୁହାଯାଇଛି।

The post ଆଜିଠାରୁ ଏମ୍ସରେ କରୋନା ଟିକାର ମାନବ ପରୀକ୍ଷଣ appeared first on Odisha Reporter.



from Odisha Reporter https://ift.tt/2E129Jx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages