ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ କୋରିଓଗ୍ରାଫର ସରୋଜ୍ ଖାନ୍ଙ୍କର ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସରୋଜଙ୍କ ବିୟୋଗ ଖବର ପାଇବା ପରେ ବଲିଉଡ୍ ସହିତ ଜଡ଼ିତ ଲୋକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଶୋକ ପ୍ରକାଶ କରିଛନ୍ତି।
ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଓ ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ପରେ ସରୋଜ୍ ଖାନ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଷଥର ପାଇଁ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ସେ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ ହିଁ କରିଥିଲେ। ସୁଶାନ୍ତଙ୍କ ଏକ ଫଟୋ ଶେଆର କରି ସେ ଲେଖିଥିଲେ- ସୁଶାନ୍ତ, ମୁଁ ତୁମ ସହିତ କେବେ କାମ କରିନି। କିନ୍ତୁ ଆମର ଭେଟ ଅନେକ ଥର ହୋଇଛି। ତୁମ ଜୀବନରେ କ’ଣ ସମସ୍ୟା ଥିଲା ସୁଶାନ୍ତ? ମୁଁ ଜାଣି ଆଶ୍ଚର୍ଯ୍ୟ ହେଉଛି ଯେ ତୁମେ ଏମିତି ଏକ ଭୁଲ୍ ନିଷ୍ପତ୍ତି ନେଲ। ତୁମେ ତୁମ ଗୁରୁଜନମାନଙ୍କ ସହିତ ଏ ବିଷୟରେ କଥା ହୋଇଥା’ନ୍ତ। ଯେଉଁମାନେ ତୁମକୁ ଦେଖି ସବୁବେଳେ ଖୁସି ହୁଅନ୍ତି, ସେମାନଙ୍କ କଥା ଚିନ୍ତା କରିଥା’ନ୍ତ। ଭଗବାନ୍ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ। ମୁଁ ଜଣିପାରୁଛି, ତୁମ ବାପା ଏବଂ ଭଉଣୀଙ୍କ ଉପରେ ଏବେ କ’ଣ ବିତୁଥିବ। ମୁଁ ତୁମକୁ ଏବଂ ତୁମର ସମସ୍ତ ଫିଲ୍ମକୁ ଭଲ ପାଉଥିଲି ଏବଂ ଏମିତି ଭଲ ପାଉଥିବି।
ସରୋଜ ଖାନ୍ ହିନ୍ଦୀ ସିନେମା ଜଗତର ଜଣେ ଲୋକପ୍ରିୟ କୋରିଓଗ୍ରାଫର ଥିଲେ। ପାଖାପାଖି ୨୦୦୦ଗୀତରେ ସେ କୋରିଓଗ୍ରାଫି କରିଛନ୍ତି। ‘ଏକ ଦୋ ତିନ୍ ଚାର୍’, ‘ଧକ୍ ଧକ୍ କରନେ ଲଗା’, ‘ହୱା ହବାଇ’, ‘ମେରେ ହାଥୋ ମେଁ ନ ନୋ ଚୁଡିଆଁ’, ‘ତମ୍ମା ତମ୍ମା’, ‘ଜରା ସା ଝୁମ୍ ଲୁଁ ମେଁ’, ‘ୟେ ଇସ୍କ ହାଏ’ ପରି ହିଟ୍ ଗୀତର ସେ କୋରିଓଗ୍ରାଫି କରିଛନ୍ତି। ସେ ୩ଥର ନ୍ୟାସନାଲ୍ ଆୱାର୍ଡ ଜିତିଥିଲେ।
The post ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ appeared first on Odisha Reporter.
from Odisha Reporter https://ift.tt/2ZxtWs7
No comments:
Post a Comment