୪ ଦିନିଆ ରିମାଣ୍ଡରେ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

୪ ଦିନିଆ ରିମାଣ୍ଡରେ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି

ରାଉରକେଲା (ପବନ ତିୱାରି): ସୁନ୍ଦରଗଡ଼ ଜିଲ୍ଲା ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନାର ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। କୋର୍ଟରେ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡ ଦାବି କରିଥିଲା। ତେବେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଅନ୍ୟପଟେ ବହିଷ୍କୃତ ଆଇଆଇସି ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି। ରିମାଣ୍ଡ ଅବଧି ସରିବା ପରେ ଆସନ୍ତା ୬ ତାରିଖରେ ପୁ଼ଣି  ତାଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ। ଆନନ୍ଦଙ୍କୁ ଅନୁଗୋଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

ବୁଧବାର ଦିନ ପୁଲିସ୍ ଡିଜିପି ଅଭୟ ନିଲମ୍ବିତ ବୀରମିତ୍ରପୁର ଆଇଆଇସିଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ। ସମ୍ପୃକ୍ତ ପୁଲିସ୍ ଅଧିକାରୀଙ୍କ ଆଚରଣକୁ ଲଜ୍ଜାଜନକ ବୋଲି କହିବା ସହ ନାବାଳିକାଙ୍କ ନିକଟରେ ଆମେ କ୍ଷମାପ୍ରାର୍ଥନା କରୁଛୁ ବୋଲି କହିଥିଲେ ଡିଜିପି।

ସୂଚନାଥାଉ କି, ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁରେ ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ  କରାଯାଇଥିବା ବେଳେ ଜଣେ ଡାକ୍ତରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଏ ପର୍ଯ୍ୟନ୍ତ  ପୁଲିସ୍ ଧରିପାରି ନାହିଁ।

The post ୪ ଦିନିଆ ରିମାଣ୍ଡରେ ଗଲେ ବୀରମିତ୍ରପୁରର ବହିଷ୍କୃତ ଆଇଆଇସି appeared first on Odisha Reporter.



from Odisha Reporter https://ift.tt/31GYYjN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages