ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଅଭିନେତା ଗୌତମ ଗୁଲାଟିଙ୍କର ଏ ଫଟୋ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏହି ଫଟୋରେ ଉର୍ବଶୀ ଏବଂ ଗୌତମଙ୍କ ବାହାଘର ହେଉଥିବା ଦେଖିବାକୁ ମିଳିଛି। ଉର୍ବଶୀ ଲାଲ୍ ରଙ୍ଗର ଲେହେଙ୍ଗାରେ ଖୁବ୍ ସୁନ୍ଦର ଲାଗୁଥିବା ବେଳେ ଗୌତମ୍ ଧଳା ରଙ୍ଗର ଶେରୱାନିରେ ବେଶ୍ ହ୍ୟାଣ୍ଡସମ୍ ଲାଗୁଛନ୍ତି। ଏହି ଫୋଟେକୁ ଗୌତମ ନିଜ ଇନ୍ଷ୍ଟାଗ୍ରାମ୍ରେ ଶେଆର କରିଛନ୍ତି। ଫଟୋ ଶେଆର କରି ଗୌତମ କ୍ୟାପସନ୍ରେ, ‘ବିବାହର ଶୁଭକାମନା ଜଣେଇବେନି?’ ବୋଲି ଲେଖିଛନ୍ତି।
ଗୌତମଙ୍କର ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀ ଏହି ଫଟୋ ପଛର ସତ ଜଣାନ୍ତୁ ବୋଲି କମେଣ୍ଟ କରିଥିବା ବେଳେ ଫଟୋଟି ଉର୍ବଶୀ ଏବଂ ଗୌତମଙ୍କର ଅପ୍କମିଂ ୱେବ୍ ଫିଲ୍ମ ‘ଭରଜିନ୍ ଭାନୁପ୍ରିୟା’ର ବୋଲି ଜଣାପଡ଼ିଛି। ଫିଲ୍ମଟି ଜୁଲାଇ ୧୬ରେ ଜି୫ରେ ରିଲିଜ୍ ହେବାକୁ ଯାଉଛି।
ଏହି ଫିଲ୍ମର ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଯାଇଛି। ୨୪ଘଣ୍ଟା ମଧ୍ୟରେ ଏହି ଟ୍ରେଲର୍କୁ ୨ମିଲିୟନ୍ରୁ ଅଧିକ ଲୋକ ଦେଖିଛନ୍ତି। ତେବେ ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ଗୌତମ୍ ଏବଂ ଉର୍ବଶୀଙ୍କୁ ଏକାଠି କାମ କରିବାର ଦେଖିବାକୁ ମିଳିବ।
The post ବାହାହେଲେ ଗୌତମ-ଉର୍ବଶୀ! appeared first on Odisha Reporter.
from Odisha Reporter https://ift.tt/2Au42gv
No comments:
Post a Comment