ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ଼ ଯୋଦ୍ଧା- ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) କହିଛନ୍ତି ଯେ ଡ୍ୟୁଟିରେ ଥାଇ କୌଣସି ଅଙ୍ଗନବାଡ଼ି ଅବା ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ଭତ୍ତା ଦିଆଯିବ। ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଅବସର ବୟସ ଯାଏ ଏହି ଭତ୍ତା ପ୍ରଦାନ କରାଯିବ।
ଏସ୍ଆରସିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସଂପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ମିଳିବ। ସେହିପରି ମୃତ ଆଶା କର୍ମୀଙ୍କ ନିକଟ ସଂପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା ଦିଆଯିବ।
The post ଡ୍ୟୁଟିରେ ଥାଇ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ, ତାଙ୍କ ପରିବାରକୁ ଦିଆଯିବ ଭତ୍ତା appeared first on Odisha Reporter.
from Odisha Reporter https://ift.tt/3eD8l78
No comments:
Post a Comment