ଲାଞ୍ଚୁଆ କନଷ୍ଟେବଲ୍ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 16, 2020

ଲାଞ୍ଚୁଆ କନଷ୍ଟେବଲ୍ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କମିଶନରେଟ୍‌ ପୁଲିସ୍‌ରେ କାର୍ଯ୍ୟରତ ଜଣେ କନଷ୍ଟେବଲ୍। ତାଙ୍କ ନାଁ ସୁରେଶ  ଦାସ। ସେ କମିଶନରେଟ୍ ପୁଲିସର ଆକାଉଣ୍ଟସ୍‌ ସେକ୍ସନରେ କାମ କରୁଥିଲେ। ସେ ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।

ସୂଚନାଅନୁସାରେ, ଆଜି ସକାଳେ ସେ କମିଶନରେଟ୍‌ ପୁଲିସ୍‌ର ପଛପଟେ ଥିବା ଖାରବେଳ ଭବନ ରାସ୍ତାରେ ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଏରିଅର ଟଙ୍କା କରାଇ ଦେବା ପାଇଁ ସେ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ ହୋଇଛି।

ଏନେଇ ସୁରେଶ ଦାସ କହିଛନ୍ତି,“ସେ ଆସି ମୋ ପକେଟ୍‌ରେ ଟଙ୍କା ଭର୍ତ୍ତି କରିଦେଲା। କହିଲା, “ମୁଁ  ବାଲିପାଟଣା ଥାନାରେ ରହିଛି, ହେଲେ ସହରାଞ୍ଚଳ ନିମନ୍ତେ  ଦିଆଯାଉଥିବା ଅଧିକ ଘର ଭଡ଼ା ପାଉଛି। ମାତ୍ର ବାଲିପାଟଣା ପରି ଗ୍ରାମାଞ୍ଚଳରେ ରହୁଥିବାରୁ ଏବେ ମୋ ଘର ଭଡ଼ା ୫ ପ୍ରତିଶତ କରି ଦିଅନ୍ତୁ। ଏହାଦ୍ୱାରା ଆଉ ମୋତେ ଯେପରି ସରକାରଙ୍କୁ କିଛି ଟଙ୍କା ଫେରାଇବାକୁ ପଡ଼ିବନି ତାହାର ବ୍ୟବସ୍ଥା ମଧ୍ୟ କରିଦେବେ।  ମୁଁ ଆପଣଙ୍କୁ କିଛି ଦେବି ।” ମାତ୍ର ମୁଁ ଟଙ୍କା ନେବାକୁ ମନା କରିବା ସତ୍ତ୍ୱେ ସେ ମୋ ପକେଟରେ ଟଙ୍କା ଭର୍ତ୍ତି କରିଦେଇଗଲା ବୋଲି କହିଛନ୍ତି ସୁରେଶ। 

The post ଲାଞ୍ଚୁଆ କନଷ୍ଟେବଲ୍ ଗିରଫ appeared first on Odisha Reporter.



from Odisha Reporter https://ift.tt/2OwApOY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages